Latest Odisha News

BREAKING NEWS

ହରଦୀପ ସିଂ ନିଜ୍ଜର ହତ୍ୟା ମାମଲା: ୩ ଜଣଙ୍କୁ ଗିରଫ କରିଛି କାନାଡା ପୋଲିସ

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ତିନି ଭାରତୀୟଙ୍କୁ ଗିରଫ କରିଛି କାନାଡା ପୋଲିସ । ଏହାସହିତ ତିନି ଅଭିଯୁକ୍ତଙ୍କ ଫଟୋ ଶେୟାର କରିଛି କାନାଡା ପୋଲିସ। ଗିରଫ ଅଭିଯୁକ୍ତ ମାନଙ୍କର ଭାରତ ସରକାରଙ୍କ ସହ କୌଣସି ସମ୍ବନ୍ଧ ଅଛି କି ନାହିଁ ସେନେଇ ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଗିରଫ ଅଭିଯୁକ୍ତମାନେ କରଣପ୍ରୀତ ସିଂ, କମଲପ୍ରୀତ ସିଂ ଏବଂ କରଣ ବ୍ରାର ବୋଲି ଜଣାପଡିଛି। ସେମାନେ ପଞ୍ଜାବ ଏବଂ ହରିୟାଣାର ନାଗରିକ ବୋଲି କୁହାଯାଉଛି। ସମସ୍ତେ ଅସ୍ଥାୟୀ ଏବଂ ଛାତ୍ର ଭିସା ଉପରେ ୨୦୨୧ରେ କାନାଡା ଆସିଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଅଧ୍ୟୟନ ପାଇଁ ସେଠାରେ ଆଡମିଶନ ନେଇ ନଥିଲେ। ଏହି ସମସ୍ତ ଅଭିଯୁକ୍ତ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ବୋଲି କୁହାଯାଉଛି। ଏହି ତିନିଜଣଙ୍କୁ ଆଲବର୍ଟାର ଏଡମୋଣ୍ଟନରେ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଭାରତର ଜାତୀୟ ଅନୁସନ୍ଧାନ ଏଜେନ୍ସି ୨୦୨୦ ରେ ନିଜ୍ଜରକୁ ଆତଙ୍କବାଦୀ ଘୋଷଣା କରିଥିଲା। ଜୁନ ୨୦୨୩ରେ ସୁରେର ଗୁରୁଦ୍ୱାର ନିକଟରେ ଆକ୍ରମଣକାରୀଙ୍କ ଦ୍ୱାରା ହାର୍ଦ୍ଦିକ ସିଂ ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା। ଜଷ୍ଟିନ ଟ୍ରୁଡୋ ସରକାର ନିଜ୍ଜର ହତ୍ୟା ପାଇଁ ଭାରତୀୟ ଏଜେନ୍ସିଗୁଡ଼ିକୁ ଦାୟୀ କରିଥିଲେ। ସେପଟେ କିନ୍ତୁ କାନାଡାର ଏହି ଦାବିକୁ ଭିତ୍ତିହୀନ ବୋଲି କହିଛନ୍ତି ଭାରତ ସରକାର ।

Leave A Reply

Your email address will not be published.