Latest Odisha News

କେଉଁଠି ତାତି ତ କେଉଁଠି ବନ୍ୟା..

ନୂଆଦିଲ୍ଲୀ: ପ୍ରକୃତିର କରାଳ ରୂପରେ ଯେ ଖାଲି ଭାରତ ବାସୀ ହିଁ ହନ୍ତସନ୍ତ ହେଉଛନ୍ତି ତାହା ନୁହେଁ, ବରଂ ପୂରା ବିଶ୍ବ ଏହାର ପରିଣାମ ଭୋଗୁଛି । ଆମେରିକା ଠାରୁ ଆରମ୍ଭ କରି ବ୍ରାଜିଲ ପର୍ଯ୍ୟନ୍ତ ସବୁଠି ତାଣ୍ଡବ କରୁଛି ପ୍ରକୃତି । କେଉଁଠି ଅସହ୍ୟ ଗ୍ରୀଷ୍ମ ପ୍ରବାହ ତ ଆଉ କେଉଁଠି ଏମିତି ବର୍ଷା ଯେ, ତାହା ବନ୍ୟାର ରୂପ ନେଲାଣି । ଗୋଟେ ପଟରେ ଭାରତରେ ଅସହ୍ୟ ଗରମ ହେଉଥିବା ବେଳେ ବ୍ରାଜିଲରେ ଲଗାତାର ବର୍ଷା କାରଣରୁ ଅସ୍ତବ୍ୟସ୍ତ ଜନଜୀବନ । ଏଯାବତ ଏହି ପ୍ରାକୃତିକ ବର୍ଷା ୩୭ ଲୋକଙ୍କ ଜୀବନ ନେଲାଣି । ଅନ୍ୟପଟେ ଆାମେରିକାର ଟେକ୍ସାସ ସହରରେ ବି ସେହି ସମାନ ପରିସ୍ଥିତି । ପରିସ୍ଥିତି ଏମିତି କି ଯେଉଁ ରାସ୍ତାରେ କାର ଚାଲୁଥିଲା ଏବେ ସେଠି ବୋଟ୍ ଚାଲୁଛି ।

ଭାରି ବର୍ଷା କାରଣରୁ ବ୍ରାଜିଲର ରିଓ ଗ୍ରାଣ୍ଡେରେ “ମଡ୍ ସ୍ଲାଇଡିଙ୍ଗ(ବନ୍ୟାରେ ମାଟି ମାଡିଯିବା)” ଭଳି ପରିସ୍ଥିତି ଦେଖାଦେଇଛି । ଯାହା ଦ୍ବାରା ଶତାଧିକ ଗାଡି ସହ ଘର ଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି । ଏଥିପାଇଁ କେନ୍ଦ୍ର ସରକାର ତତ୍ପର ଥିବା ବେଳେ ଏବେ ବି ୧୨ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତେବେ ବ୍ରାଜିଲ ଇତିହାସରେ ଏହା ସବୁଠୁ ଭୟାନକ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଇଛି । ସେହିଭଳି ଆମେରିକାର ଟେକ୍ସସରେ ଭାରି ବର୍ଷା କାରଣରୁ ବ୍ୟବସାୟରୁ ଆରମ୍ଭ କରି ଆବାସ ସବୁ କିଛି ଜଳମଗ୍ନ ।

Leave A Reply

Your email address will not be published.