Latest Odisha News

BREAKING NEWS

ମୁମ୍ବାଇର ପୂର୍ବତନ ସିପିଙ୍କୁ ହାଜର ହୋଇ ପକ୍ଷ ରଖିବାକୁ କହିଲା ଇଡି

ମୁମ୍ବାଇ: ପୂର୍ବତନ ମୁମ୍ବାଇ ପୁଲିସ କମିଶନର ସଞ୍ଜୟ ପାଣ୍ଡେଙ୍କ ବିରୋଧରେ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସଞ୍ଜୟ ପାଣ୍ଡେଙ୍କୁ ମନି ଲଣ୍ଡରିଂ ମାମଲାରେ ଜୁଲାଇ 5 ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ରବିବାର ଇଡି ସମନ କରିଛି । ଜୁନ୍ 30ରେ ଅବସର ନେଇଥିଲେ ଏହି ବରିଷ୍ଠ ଆଇପିଏସ । ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ପାଣ୍ଡେ ଅବସର ନେବା ସହିତ ରାଜ୍ୟରେ ସରକାର ମଧ୍ୟ ବଦଳିଛି।

ସମନକୁ ନେଇ ପାଣ୍ଡେଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ମଙ୍ଗଳବାର ପୂର୍ବତନ ପୁଲିସ କମିସନର ଦିଲ୍ଲୀରେ ଇଡି ଅଫିସ ଆଗରେ ହାଜର ହୋଇପାରନ୍ତି ବୋଲି ସୂଚନା ମିଳିଛି।

ତେବେ କେଉଁ ମାମଲାରେ ପାଣ୍ଡେଙ୍କୁ ସମନ ହୋଇଛି ଜଣାପଡିନି । କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) କୋ-ଲୋକେସନ ମାମଲାରେ ପାଣ୍ଡେଙ୍କୁ ସମନ ହୋଇଛି। ଏହି ମାମଲା ମାର୍କେଟ ଏକ୍ସଚେଞ୍ଜର କମ୍ପ୍ୟୁଟର ସର୍ଭରରୁ ବିଭିନ୍ନ ସୂଚନା ଷ୍ଟକବ୍ରୋକରଙ୍କ ପାଖକୁ ବେଆଇନ ଭାବେ ଯାଉଥିଲା। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଉପରେ ଏ ନେଇ 7 କୋଟି ଟଙ୍କାର ଜରିମାନା ଲଗାଇଛି ସେବି ।

Leave A Reply

Your email address will not be published.