Latest Odisha News

BREAKING NEWS

ନୂପୁର ଶର୍ମାଙ୍କ ବିରୋଧରେ ଶୁଣାଣି କରି ସମାଲୋଚିତ ହେବା ପରେ କଡ଼ା ଜବାବ ରଖିଲେ ବିଚାରପତି

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କୁ ନେଇ ନୂପୁର ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଶୁଣାଣି କରିବା ବେଳେ ସୁପ୍ରିମ୍ କୋର୍ଟ ବିଚାରପତି ସୋମବାର କଡ଼ା ଭର୍ତ୍ସନା କରିଛନ୍ତି। ଖଣ୍ଡପୀଠରେ ସାମିଲ ଥିବା ବିଚାରପତି ଜେବି ପର୍ଦିଓ୍ୱାଲା କହିଛନ୍ତି ଯେ ବିଚାରପତିଙ୍କ ନିଷ୍ପତ୍ତି ଉପରେ ବ୍ୟକ୍ତିଗତ ଆକ୍ରମଣ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିପାରେ।

ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜେବି ପର୍ଦିଓ୍ୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମନ୍ତବ୍ୟ ପାଇଁ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ। ଖଣ୍ଡପୀଠ ନିଜର ମୌଖିକ ଅନୁଧ୍ୟାନରେ ଉଦୟପୁରରେ ଘଟିଥିବା ଗଳାକାଟି ହତ୍ୟାକାଣ୍ଡ ପାଇଁ ନୂପୁର ଶର୍ମାଙ୍କୁ ଦାୟୀ କରି କହିଥିଲେ ଯେ ଦେଶରେ ଯାହା ଘଟୁଛି ସେଥିପାଇଁ ସେ ହିଁ କେବଳ ଦାୟୀ।

ବିଭିନ୍ନ ରାଜ୍ୟରେ ନୂପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସମସ୍ତ ମାମଲାକୁ ଦିଲ୍ଲୀକୁ ଟ୍ରାନ୍ସଫର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି ଆବେଦନ ପ୍ରତ୍ୟାହାର କରିବାକୁ କହିଥିଲେ।

ଖଣ୍ଡପୀଠଙ୍କ ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ପାର୍ଦିଓ୍ୱାଲାଙ୍କୁ ନେଇ ବିଭିନ୍ନ ମନ୍ତବ୍ୟ ଦେଖିବାକୁ ମିଳିଛି।
ବିଚାରପତି ପାର୍ଦିଓ୍ୱାଲା କହିଛନ୍ତି, ଏବେ ସ୍ଥିତି ଏପରି ଯେ ଯେଉଁଠି ବିଚାରପତିମାନଙ୍କୁ ଚିନ୍ତା କରିବାକୁ ପଡ଼ୁଛି ଯେ ଶୁଣାଣି ପରେ ଗଣମାଧ୍ୟମ କିଭଳି ଆଭିମୁଖ୍ୟ ରଖିବ କିନ୍ତୁ ଆଇନ କ’ଣ କହୁଛି ତାହା କେହି ଦେଖୁ ନାହାନ୍ତି ।

ସୋସିଆଲ ମିଡିଆରେ ବିଚାରପତିଙ୍କୁ ନେଇ ଲୋକେ ବ୍ୟକ୍ତିଗତ ମତ ରଖୁଛନ୍ତି। ଯାହା ନ୍ୟାୟପାଳିକାକୁ ଅପମାନିତ କରୁଛି। ବିଚାରପତିମାନେ କେବେ ନିଜ ମନର କଥା କହନ୍ତି ନାହିଁ, ଆଇନ ଯାହା କହୁଛି ତାହା କହୁଛନ୍ତି। ଆଇନଗତ ଓ ସାମ୍ବିଧାନିକ ପ୍ରସଙ୍ଗକୁ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ରାଜନୀତିକରଣ କରାଯାଉଛି।

Leave A Reply

Your email address will not be published.