Latest Odisha News

BREAKING NEWS

ଅଣ୍ଡା ଖୋଳପା ଫୋପାଡ଼ୁଛନ୍ତି କି ? ଘରର ଏହିସବୁ କାମରେ ଆସିପାରେ ଜାଣନ୍ତୁ…..

ଅନେକ ପନିପରିବା ଏବଂ ଫଳ ଅଛି ଯାହାର ଚୋପା ବହୁତ ଉପକାରୀ ହୋଇଥାଏ । ସେହିପରି ଅଣ୍ଡା ଖୋଳପା ମଧ୍ୟ ବେଶ୍‌ ଉପକାରୀ ।  କିନ୍ତୁ ଆପଣ ଭାବୁଥିବେ ଏହି ଅଣ୍ଡା ଖୋଳପା କେଉଁ କାମରେ ଆସିପାରିବ । ଅଣ୍ଡାରେ ପ୍ରୋଟିନ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ ।  କିନ୍ତୁ ଏହି ଅଣ୍ଡା ଖୋଳପା ଘର କାମରେ ମଧ୍ୟ ଏହାର ଲାଭ ଉଠାଇପାରିବେ । ତେବେ କେଉଁ ଉପାୟରେ ଅଣ୍ଡା ଖୋଳପାକୁ ବ୍ୟବହାର କରିପାରିବେ ଜାଣନ୍ତୁ…

ଅଣ୍ଡା ଖୋଳପାକୁ ଖତ ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ । ଅଣ୍ଡାଚୋପାକୁ ଗ୍ରାଇଣ୍ଡିଂ କରି ମଧ୍ୟ ବ୍ୟବହାର କରିପାରିବେ । ଗ୍ରାଇଣ୍ଡ୍ କରି ଗଛ ମୂଳରେ ଦେଇପାରିବେ । ଏହାଦ୍ୱାରା ମାଟିର ଗୁଣବତ୍ତା ବୃଦ୍ଧିରେ ସହାୟକ ହୋଇଥାଏ  । ଫଳରେ ଗଛଟି ସୁନ୍ଦରଭାବେ ବଢ଼ିପାରିବ ।

ଅଣ୍ଡା ଖୋଳପାକୁ ବେସିଂ ସଫା କରିବାରେ ବ୍ୟବହାର କରିପାରିବେ । ଅଣ୍ଡାର ଖୋଳପାକୁ ଭାଙ୍ଗି ବେସିଂ ଉପରେ ରଖନ୍ତୁ । ଯେତେବେଳେ ତା ଉପରେ ପାଣି ଢଳାଯିବ ସେହି ଅଣ୍ଡା ଖଣ୍ଡଗୁଡ଼ିକ ବେସିଂ ପାଇପରେ ଜମା ହୋଇଥିବା ମଇଳାକୁ ସଫା କରିଦେଇଥାଏ ।

ଅଣ୍ଡା ଖୋଳପାରୁ ଚକ ତିଆରି କରାଯାଇପାରେ । ଚକ ତିଆରି କରିବା ପାଇଁ ୫ ରୁ ୮ ଟି ଅଣ୍ଡା ଖୋଳପା ଖଣ୍ଡ ନେଇ ଗ୍ରାଇଣ୍ଡ୍ କରନ୍ତୁ । ଏଥିରେ ଏକ ଚାମଚ ଉଷୁମ ପାଣି, ଗୋଟିଏ ଚାମଚ ମଇଦା ଏବଂ ଖାଦ୍ୟ ରଙ୍ଗ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ଟିସୁ ପେପରରେ ଗୋଲେଇ କରି ଶୁଖାନ୍ତୁ । ଏହାପରେ ଚକ ପ୍ରସ୍ତୁତ ହୋଇଯିବ ।

ବାସନରେ ଦାଗ ଛଡ଼ାଇବା ପାଇଁ ଅଣ୍ଡା ଖୋଳପା ମଧ୍ୟ ବ୍ୟବହାର କରାଯାଇପାରେ । ଯେଉଁ ବାସନ ଦାଗ ହୋଇଛି ଦାଗ ଛାଡ଼ୁ ନାହିଁ ସେହି ବାସନରେ ଅଣ୍ଡା ଖୋଳପା ଘଷନ୍ତୁ । ବାସନରୁ ଦାଗ ହଟିଯିବ ।

 

Leave A Reply

Your email address will not be published.