Latest Odisha News

BREAKING NEWS

ଏହିସବୁ ସ୍ଥାନରେ ଆକାଶରୁ ଅସ୍ତ ହୁଅନ୍ତି ନାହିଁ ସୂର୍ଯ୍ୟ !

ଭୁବନେଶ୍ୱର: ଦିନ ପରେ ରାତି ଓ ରାତି ପରେ ଦିନ ଏହା ସଂସାରର ନିୟମ । ଦିନରେ ସୂର୍ଯ୍ୟ ଆଉ ରାତିରେ ଚନ୍ଦ୍ର ଆକାଶରେ ଶୋଭା ପାଆନ୍ତି। ସୂର୍ଯ୍ୟ ବୁଡିଲେ ଆକାଶରେ ଚନ୍ଦ୍ର ଦୃଶ୍ୟମାନ ହୁଅନ୍ତି । କିନ୍ତୁ ଏଭଲି ମଧ୍ୟ କିଛି ସ୍ଥାନ ରହିଛି ଯେଉଁଠି ଆକାଶରେ ସୂର୍ଯ୍ୟସ୍ଥ ଘଟେ ନାହିଁ । ଆଜି ଆମେ ଆପଣଙ୍କୁ ସେହିଭଳି କିଛି ସ୍ଥାନ ସମ୍ପର୍କରେ କହିବୁ..

କାନାଡା: କାନାଡାକୁ ବିଶ୍ୱର ସବୁଠାରୁ ଦ୍ୱିତୀୟ ବଡ ରାଷ୍ଟ୍ର ବୋଲି କୁହାଯାଏ । ଏଠାରେ ଲମ୍ବା ସମୟ ପର୍ଯ୍ୟନ୍ତ ତୁଷାରପାତ ହୋଇଥାଏ । କିଛିକିଛି ସ୍ଥାନରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଏଠାରେ ଦିନ ରାତିସୂର୍ଯ୍ୟଙ୍କ ରଶ୍ମୀ ନଜର ଆସିଥାଏ ।

ସ୍ୱିଡେନ: ସ୍ୱିଡେନ ଏଭଳି ଏକ ଦେଶ ଯେଉଁଠାରେ ୧୦୦ ଦିନ ପର୍ଯ୍ୟନ୍ତ ଆକାଶରୁ ସୂର୍ଯ୍ୟ ଅସ୍ତ ହୋଇ ନଥାନ୍ତି । ମଇ ଠାରୁ ଅଗଷ୍ଟ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତମିତ ହୋଇ ନଥାନ୍ତି । ସେଠାକାର ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ବହୁ ଥର ମଧ୍ୟରାତ୍ରୀରେ ସୂର୍ଯ୍ୟ ଅସ୍ତ ହୁଅନ୍ତି କିନ୍ତୁ ସକାଳ ୪ଟାରେ ଉଦୟ ହୋଇ ଯାଅନ୍ତି ।

ଆଇସଲ୍ୟାଣ୍ଡ: ଏହା ୟୁରୋପର ଏକ ଦ୍ୱୀପ । ଏଠାରେ ମଧ୍ୟରାତ୍ରୀରେ ସୂର୍ଯ୍ୟଙ୍କ କିରଣ ଦେଖିବା ବହୁତ ରୋମାଂଚକର । ଏଠାରେ ମଇରୁ ଜୁଲାଇ ପର୍ଯ୍ୟନ୍ତ ମାତ୍ର ଗୋଟିଏ ଥର ସୂର୍ଯ୍ୟ ଅସ୍ତ ହୋଇଥାଏ ।

ଆଲାସ୍କା: ଆଲାସ୍କା ଗ୍ଲେସିୟର ପାଇଁ ବେଶ୍ ପ୍ରସିଦ୍ଧ । ଏଠାରେ ମଇରୁ ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ ।

ଫିନଲ୍ୟାଣ୍ଡ: ଫିନଲ୍ୟାଣ୍ଡ ଦେଶର ସବୁଠାରୁ ଆକର୍ଷକ ସ୍ଥାନ । ଏହାର ଚତୁଃପାଶ୍ୱର୍ ବରଫରେ ଆବୃତ । ଏଠାରେ ୭୩ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୋଇ ନଥାନ୍ତି ।

Leave A Reply

Your email address will not be published.