Latest Odisha News

ସରକାରୀ ଅନୁମତି ବିନା ଗାଁରେ ନିର୍ମାଣ କରିହେବ ନାହିଁ ୨ ମହଲା କୋଠା !

ଭୁବନେଶ୍ୱର: ସହର ଭଳି ଏଣିକି ଗାଁରେ ମଧ୍ୟ ଘର ତିଆରି କରିବା ପୂର୍ବରୁ ନେବାକୁ ପଡିବ ସରକାରୀ ଅନୁମତି । ସହରରେ ଯେପରି ଘର ତିଆରି ଲାଗି ବିଭାଗୀୟ ଅନୁମତି ନେବାକୁ ପଡ଼ୁଥିଲା, ଯେମିତିକି ଭୁବନେଶ୍ବରରେ ବିଡିଏ ଏବଂ କଟକରେ ସିଡିଏର ଅନୁମୋଦନ ଆବଶ୍ୟକ ପଡୁଛି ।

ସେହିଭଳି ଏଣିକି ଗାଁରେ ଘର ତିଆରି କରିବା ପୂର୍ବରୁ କଲେ ସେଭଳି ସରକାରୀ ଅନୁମତି ନେବାକୁ ପଡିବ ବୋଲି ସୂଚନା ମିଳିଛି ।

ଏସମ୍ପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, କୌଣସି ବି ଗାଁରେ ୫୦୦ବର୍ଗମିଟରରୁ ଅଧିକରେ ଦ୍ୱିତୀୟ ବା ଅଧିକ ମହଲାର କୋଠାଘର ତିଆରି କରିବା ପାଇଁ ଜାଗା ମାଲିକଙ୍କୁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ।

ସରକାରୀ ନିୟମ ମୁତାବକ ଘର ନ କରି ନିୟମ ଉଲଘଂନ କଲେ, ଉକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.