Latest Odisha News

ଭୁବନେଶ୍ୱରରେ ଇଆଇପିଏ ପକ୍ଷରୁ ଷ୍ଟାମ୍ପ ଓ କଏନ ମେଳା

ଭୁବନେଶ୍ୱର: ଷ୍ଟାମ୍ପ ଓ କଏନ ସଂଗ୍ରାହକଙ୍କୁ ନେଇ ଭୁବନେଶ୍ୱରରେ ପୂର୍ବ ଭାରତ ଫିଲାଟେଲିଷ୍ଟ୍‌ସ୍ ଆସୋସିଏସନ (ଇଆଇପିଏ) ପକ୍ଷରୁ ଏକ ବିରଳ ଷ୍ଟାମ୍ପ ଓ କଏନ୍ ମେଳା ଆୟୋଜିତ ହୋଇଛି । ଭୁବନେଶ୍ୱର ରେଳଷ୍ଟେସନ୍ ସନ୍ନିକଟ କେଶରୀ ହୋଟେଲ୍‌ରେ ମାର୍ଚ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ତିନି ଦିନିଆ ମେଳା ଆଜି ସନ୍ଧ୍ୟାରେ ଶେଷ ହେବ ।

ଏହି ମେଳାରେ ବିଭିନ୍ନ ସମୟର ଏବଂ ବିଭିନ୍ନ ଭୌଗଳିକ ଅଂଚଳର ସଂଗ୍ରୁହିତ ବିରଳ ଷ୍ଟାମ୍ପ ଓ ମୁଦ୍ରା ସଂଗ୍ରହ ପ୍ରଦର୍ଶିତ କରାଯାଇଛି । ବିବିଧ ସମୟର କିଛି ବିରଳ ଦିଆସିଲି ଖୋଳ ସଂଗ୍ରହ ମଧ୍ୟ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି । ଏଥିସହିତ ଏହି ମେଳାରେ ବିଭିନ୍ନ ଷ୍ଟାମ୍ପ ଓ କଏନ୍ ବ୍ୟବସାୟୀ, ସଂଗ୍ରାହକ ଏବଂ ଏକ୍ଷେତ୍ରରେ ରୁଚି ରଖୁଥିବା ଯୁବପିଢି ଓ ଛାତ୍ରଛାତ୍ରୀ ଏକାଠି ହୋଇ ନିଜ ନିଜର ଅଭିଜ୍ଞତା ଅନ୍ୟମାନଙ୍କ ସହ ବାଣ୍ଟିବାର ସୁଯୋଗ ନେଉଛନ୍ତି ।

Leave A Reply

Your email address will not be published.