Latest Odisha News

BREAKING NEWS

କରୋନା ପାଇଁ ସର୍ବଭାରତୀୟ ଅଧିବେଶନ ସ୍ଥଗିତ

ଭୁବନେଶ୍ୱର: କରୋନା ପାଇଁ ଭୁବନେଶ୍ୱରରେ ଅପ୍ରେଲ ମାସର ପ୍ରଥମ ସପ୍ତାହରେ ହେବାକୁ ଥିବା ସର୍ବଭାରତୀୟ ମାନବ ଅଧିକାର ସୁରକ୍ଷା ଅଧିବେଶନକୁ ସ୍ଥଗିତ ରଖାଯାଇଛି । ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ ପକ୍ଷରୁ ହେବାକୁ ଥିବା ଏହି ଅଧିବେଶନ ବଦଳରେ ସଭ୍ୟମାନେ କରୋନା ପାଇଁ ସଚେତନତା କାର୍ଯ୍ୟ ଆରମ୍ଭ କରାଯିବ ।

ସଂଘଠନର କେନ୍ଦ୍ରୀୟ ସଭାପତି ପ୍ରଦୀପ ଦୁବେଙ୍କ ସହ କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ ଓ ରାଜ୍ୟ ସଭାପତି ଗଦାଧର ଦାସ ଆଲୋଚନା କରି ଏହି ଅଧିବେଶନକୁ ସ୍ଥଗିତ ଘୋଷଣା କରିଛନ୍ତି । ଏବେ କେବଳ କରୋନା ପାଇଁ ବିଭିନ୍ନ ସର୍ତକ କରାଯିବା କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି । କରୋନା ପରି ମାରାତ୍ମକ ଜୀବାଣୁରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ସତର୍କ ଅବଲମ୍ବନ କରିବାକୁ ସଂଘଠନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.