Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ଟଙ୍କା ଜବତରେ ରେକର୍ଡ କଲା ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ରେକର୍ଡ ପରିମାଣର ଅର୍ଥ ଜବତ କରିଛନ୍ତି । ସୋମବାର ଜାରୀ କରାଯାଇଥିବା ତଥ୍ୟ ଅନୁସାରେ ମାର୍ଚ୍ଚ ୧ରୁ ପ୍ରତ୍ୟେକ ଦିନ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଉଛି । ନଗଦ, ନିଶା ଦ୍ରବ୍ୟ ଓ ମଦ ସମେତ ୪୬୫୦ କୋଟି ଟଙ୍କା ଜବତ ହୋଇସାରିଛି । ଏଥିରେ ୩୯୫ କୋଟି ଟଙ୍କାର ନଗଦ, ୪୮୯ କୋଟିରୁ ଉର୍ଦ୍ଧ୍ୱ ମଦ ଓ ୨୦୬୯ କୋଟି ମୂଲ୍ୟର ମାଦକ ପଦାର୍ଥ ଜବତ ହୋଇଛି । ୭୫ ବର୍ଷ ମଧ୍ୟରେ ଏହା ରେକର୍ଡ । ୨୦୧୯ରେ ୩୪୭୫ କୋଟି ଜବତ ହୋଇଥିଲା । ୨୦୨୪ ଏବେ ଏହି ରେକର୍ଡ ଭାଙ୍ଗି ଦେଇଛି । ମାଦକ ଦ୍ରବ୍ୟ ବାବଦକୁ ଅଧିକ ଅର୍ଥ ଜବତ ହେଉଛି ।

ନିର୍ବାଚନ କମିଶନ ଏ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଧନବଳ ଦ୍ୱାରା ନିର୍ବାଚନ ପ୍ରଭାବି ହେଉଥିବା ସେ କହିଛନ୍ତି । ଏଥିପ୍ରତି ମତଦାତାଙ୍କୁ ମଧ୍ୟ ସଚେତନ ହେବାକୁ ସେ କହିଛନ୍ତି । କିଛି ବର୍ଷ ମଧ୍ୟରେ ଗୁଜରାଟ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା ଓ ମିଜୋରମରେ ନିଶା ଦ୍ରବ୍ୟ ବହୁ ମାତ୍ରାରେ ଜବତ କରାଯାଇଛି । ୧୦୬ ସରକାରୀ ଅଧିକାରୀଙ୍କ ବିରୋଧରେ ମଧ୍ୟ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.