Latest Odisha News

BREAKING NEWS

ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ: କଂଗ୍ରେସ ଯଦି ଟିକେଟ ଦିଏ ତେବେ ମୁଁ କଙ୍ଗନାଙ୍କୁ ହରେଇ ଦେବି

ମୁମ୍ବାଇ: ଟେଲିଭିଜନର ମୋଷ୍ଟ କଣ୍ଟ୍ରୋଭର୍ସିଆଲ ଅଭିନେତ୍ରୀ ରାଖୀ ସାୱନ୍ତ ପ୍ରତ୍ୟେକ ଦିନ କିଛି ନା କିଛି କାରଣ ପାଇଁ ବିବାଦ ଘରେ ନଜର ଆସନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ ସହ କର୍ମଜୀବନ ସମ୍ପର୍କରେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲୁଥିବା ନଜର ଆସୁଛି। ବର୍ତ୍ତମାନ ପୁଣି
ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ଯାହାକୁ ନେଇ ଏବେ ବଲିଉଡ଼ ଏବଂ ରାଜନୀତିରେ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛି।

ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା ରାଖୀ କଙ୍ଗନାଙ୍କ ସହ ରାଜନୀତିରେ ମୁକାବିଲା କରିବାକୁ ଚାହୁଁଛନ୍ତି। ଯଦି କଂଗ୍ରେସ ତାଙ୍କୁ ସୁଯୋଗ ଦିଏ ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ରାଖୀ ସାୱନ୍ତ। ଏପରିକି ସେଠାରେ କଙ୍ଗନାଙ୍କୁ ସହଜରେ ପରାଜିତ ମଧ୍ୟ କରିବେ ବୋଲି କହିଛନ୍ତି ରାଖୀ ।

ଅଭିନେତ୍ରୀ କହିଛନ୍ତି, କଙ୍ଗନା ଗତ ୩ ରୁ ୪ ବର୍ଷ ଧରି ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ସଂଘର୍ଷ କରୁଛନ୍ତି। ବିରୋଧୀ ଦଳକୁ ସେ ସର୍ବଦା ଟାର୍ଗେଟ କରିଛନ୍ତି। ଏଣୁ ଏବେ ମୋତେ ବିଜେପିରୁ ଟିକେଟ ମିଳିବ ନାହିଁ। ବର୍ତ୍ତମାନ କଙ୍ଗନାଙ୍କ ସହ ମୁକାବିଲା କରିବାକୁ ହେଲେ ମୋତେ ବିପରୀତ ଦଳରେ ଠିଆ ହେବାକୁ ପଡ଼ିବ। ଏଣୁ ମୁଁ ରାହୁଲଙ୍କୁ ଅଫର ଦେଉଛି ଯେ ସେ ମୋତେ କଙ୍ଗନାଙ୍କ ବିପକ୍ଷରେ ପ୍ରାର୍ଥୀ କରନ୍ତୁ। ମୁଁ ନିଶ୍ଚିତ ଭାବେ ମଣ୍ଡିରୁ ବିଜେତା ହେବି ବୋଲି କହିଛନ୍ତି ରାଖୀ ସାୱନ୍ତ।

 

Leave A Reply

Your email address will not be published.