Latest Odisha News

BREAKING NEWS

ରାଜନୈତିକ ଚାନ୍ଦା ଜରିଆରେ କଳାଟଙ୍କା ବ୍ୟବହାର ରୋକିବାକୁ ନିର୍ବାଚନ ଆୟୋଗର ବଡ଼ ପ୍ରସ୍ତାବ

ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦା ବାବଦରେ ନିୟମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ନିର୍ବାଚନ କମିଶନ। ଏ ନେଇ ଆଇନ ମନ୍ତ୍ରାଳୟକୁ ଏକ ସୁପାରିଶ କରିଛନ୍ତି। ଯେଉଁଥିରେ ନଗଦ ରାଶିର ପରିଣାମ ସର୍ବାଧିକ ଟଙ୍କା ୨୦ ହଜାରରୁ ୨ ହଜାର କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ।

ଏହା ସହିତ ରାଜନୈତିକ ଦଳଗୁଡିକ ଯେଉଁ ଦାନ ଗ୍ରହଣ କରନ୍ତି ତାହା ସର୍ବାଧିକ ୨୦ କୋଟି କରିବାକୁ ଏକ ପ୍ରସ୍ତାବ ମଧ୍ୟ ପଠାଯାଇଛି। ଏହାର ଉଦ୍ଦେଶ୍ୟ ନିର୍ବାଚନରେ  କଳାଟଙ୍କାକୁ ମୁକ୍ତ କରିବା। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଇନ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମଧ୍ୟ ଲୋକ ପ୍ରତିନିଧିତ୍ ଅଧିନିୟମରେ କିଛି ସଂଶୋଧନ କରିବାକୁ ସୁପାରିଶ କରିଛନ୍ତି।

ସେ କହିଛନ୍ତି ଯେ ଆୟୋଗର ସୁପାରିଶର ଉଦ୍ଦେଶ୍ୟ ହେଉଛି ରାଜନୈତିକ ଦଳମାନଙ୍କୁ ଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ସ୍ୱଚ୍ଛତା ଆଣିବା। ଏହି ସୁପାରିଶ ପୂର୍ବରୁ ନିର୍ବାଚନ ଆୟୋଗ ବା କମିଶନ ୨୮୪ଟି ଦଳକୁ ପଞ୍ଜିକରଣ ତାଲିକାରୁ ହଟାଇଥିଲେ। ସୂ

ତେବେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇଛି। ନିର୍ବାଚନ ଆୟୋଗ ଏହି ସୁପାରିଶ ଆଧାରରେ ରାଜନୈତିକ ଦଳମାନଙ୍କୁ ଏକା ଥରେ ନଗଦ ଦାନର ସର୍ବାଧିକ ସୀମା ୨୦ ହଜାରରୁ ଦୁଇ ହଜାର ଟଙ୍କାକୁ ହ୍ରାସ ଚାହୁଁଛନ୍ତି। ଏବେର ନିୟମ ଅନୁଯାୟୀ ରାଜନୈତିକ ଦଳଗୁଡିକ ୨୦ ହଜାରରୁ ଅଧିକ ଟଙ୍କା ଦାନ ଗଲେ ନିର୍ବାଚନ କମିଶନଙ୍କୁ ଜଣାଇବେ।

ଯଦି ଆୟୋଗର ଏହି ପ୍ରସ୍ତାବ ଆଇନ ମନ୍ତ୍ରଣାଳୟର ଅନୁମୋଦନ ଲାଭ କରେ, ତେବେ ୨୦୦୦ ରୁ ଅଧିକ ସମସ୍ତ ଦାନ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗଙ୍କୁ ଜଣାଇବାକୁ ହେବ। ଯାହା ନିର୍ବାଚନ ସଂସ୍କାରରେ ସ୍ୱଚ୍ଛତା ଆଣିବ ବୋଲି କୁହାଯାଉଛି।

ନିର୍ବାଚନ ଆୟୋଗ ଏହା ମଧ୍ୟ ଚାହୁଁଛି ଯେ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ନିର୍ବାଚନ ପାଇଁ ଏକ ପୃଥକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଉଚିତ ଏବଂ ଏହି ଆକାଉଣ୍ଟରୁ ସମସ୍ତ କାରବାର କରାଯିବା ଉଚିତ ଏବଂ ଏହି ସୂଚନା ନିର୍ବାଚନ ଖର୍ଚ୍ଚର ସବିଶେଷ ତଥ୍ୟରେ ଦିଆଯିବା ଉଚିତ।

ଉଲ୍ଲେଖଯୋଗ୍ୟ, ନିର୍ବାଚନରେ ଚାନ୍ଦା ଆକାରରେ ଅନେକ କଳା ଟଙ୍କା ଧଳା ହେଉଥିବା ଅଭିଯୋଗ ରହିଛି। ଦେଶରେ ମୋଦୀ ସରକାର ଆସିବା ପରେ ନିର୍ବାଚନ ସଂସ୍କାର ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି ହେଲେ ଏହିପରି ଅନେକ କିଛି କେଁ ରହିଛି ଯାହା ନିର୍ବାଚନରେ କଳାଟଙ୍କା ବ୍ୟବହାରକୁ ପ୍ରୋତ୍ସାହନ ଦିଏ। ଆଉ ଶାସକ ଦଳ ଏହାର ଅଧିକ ଫାଇଦା ନିଏ ବୋଲି ବିଭିନ୍ନ ସମୟରେ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରନ୍ତି।

Leave A Reply

Your email address will not be published.