Latest Odisha News

BREAKING NEWS

ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ତଥ୍ୟରେ ବଣ୍ଡ ନମ୍ବର କାହିଁକି ନାହିଁ ପ୍ରଶ୍ନ କଲେ ପ୍ରଧାନ ବିଚାରପତି?

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ନିର୍ବାଚନ ଆୟୋଗ ଏହି ସମୟରେ କହିଛନ୍ତି ରାଜନୖେତିକ ଦଳ ୨୦୧୯ ବର୍ଷ ପୂର୍ବରୁ ଦେଇଥିବା ଚାନ୍ଦା ବିଷୟରେ ବନ୍ଦ ଲଫାପାରେ ସେ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ । ଯାହାର ସେ କପି ରଖିନାହାଁନ୍ତି । ଏହା ନିର୍ବାଚନ ଆୟୋଗଙ୍କୁ ଫେରସ୍ତ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାପୂର୍ବରୁ ଏହାକୁ ସ୍କାନ କରାଯିବ ଏବଂ ଡିଜିଟାଲ କପି ସୁପ୍ରିମକୋର୍ଟରେ ରଖାଯିବ। ପ୍ରଧାନବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଏହି ପ୍ରସଙ୍ଗରେ ପଶ୍ନ ଉଠାଇ କହିଛନ୍ତି ଭାରତୀୟ ଷ୍ଟେଟବ୍ୟାଙ୍କ ନିର୍ବାଚନ ଆୟୋଗଙ୍କୁ ଦେଇଥିବା ତଥ୍ୟରେ ବଣ୍ଡ ନମ୍ବର ଉଲ୍ଲେଖ କରାଯାଇ ନାହିଁ କାହିଁକି, ଏହି ବଣ୍ଡ ନମ୍ବର ଉଲ୍ଲେଖ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା ।

୫ ଜଣିଆ ବିଚାରପତିଙ୍କ ଏକ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି । ଏବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୧୮ ମାର୍ଚ୍ଚରେ କରାଯିବ । ବାସ୍ତବରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ ବଣ୍ଡ କିଣିଥିବା ସମସ୍ତ ଲୋକଙ୍କ ବିଷୟରେ ସୂଚନା ପ୍ରଦାନ କରିବାକୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ସମସ୍ତ ତଥ୍ୟ ନିଜ ୱେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂଶୋଧନ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ଆବେଦନ କରିଥିଲେ । ଯାହା ଉପରେ ଆଜି ଶୁଣାଣି ହୋଇଥିଲା।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ, ଯେଉଁଥିରେ ସୁପ୍ରିମକୋର୍ଟ ପକ୍ଷରୁ ୧୧ ମାର୍ଚ୍ଚରେ ହୋଇଥିବା ଆଦେଶକୁ ସଂଶୋଧନ ପାଇଁ ଅପିଲ କରିଥିଲେ । ଏଥିରେ, ଅର୍ଡରର ଅପରେଟିଭ୍ ଅଂଶରେ କିଛି ସ୍ପଷ୍ଟୀକରଣ କିମ୍ବା ସଂଶୋଧନ ଲୋଡିଛନ୍ତି । ତଥାପି, ଏହାର ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ  ।

 

Leave A Reply

Your email address will not be published.