Latest Odisha News

ଦନ୍ତାହାତୀର ଦାଦାଗିରି: ସକାଳେ ଯାହାକୁ ମାରିଲା, ସଂଧ୍ୟାରେ ସେହି ଶବକୁ ପୁଣି କଲା ଆକ୍ରମଣ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଦନ୍ତାହାତୀର ଆତଙ୍କକୁ ନେଇ ସମସ୍ତେ ଭୟଭୀତ । ସକାଳେ ଯେଉଁ ବୃଦ୍ଧଙ୍କୁ ଦଳି ମାରିଥିଲା ସେହି ଶବକୁ ସଂଧ୍ୟାରେ ଆସି ପୁଣି ଦଳି ଦେଇଛି । ଆଉ ଦନ୍ତାହାତୀର ଏପରି ରାଗ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳାଯାଇଛି ।

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଛାତନା ପଞ୍ଚାୟତ ଅନ୍ତର୍ଗତ ରାୟପାଳ ଗାଁରେ ତିନି ଦିନ ହେବ ହାତୀ ପଲ ପଶିଛନ୍ତି । ଗତକାଲି ହାତୀଟି ଜଣେ ବୃଦ୍ଧାକୁ ମାରିବା ପରେ ଏବେ ଛାତନା ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତିା ହାତୀଟି ଉକ୍ତ ଗାଁର ଚାମ୍ବୁରୁ ମୂର୍ମୁଙ୍କ ସ୍ତ୍ରୀ ମାୟା ମୂର୍ମୁଙ୍କୁ ସକାଳେ ଦନ୍ତା ହାତୀଟି କଚାଡି ଗୁରୁତର କରିଥିଲା । ଏହାପରେ ବେତନଟୀ ରେଞ୍ଜର ଘନଶ୍ୟାମ ସିଂ ଘଟଣା ସ୍ଥଳରେ ପହଞ୍ଚି ମାୟା ମୂର୍ମୁଙ୍କୁ ବାରିପଦା ହସ୍ପିଟାଲରେ ଭର୍ତି କରାଇଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହାପରେ ମୃତ ଦେହ ଆଣି ଶବସତ୍କାର ପାଇଁ ପ୍ରସ୍ତୁତି ଚଳାଇଥିଲେ ପରିବାର ଲୋକେ । ତେବେ ଶବଟି ଶ୍ମଶାନରେ ଥିବା ବେଳେ ହଠାତ ସେହି ଦନ୍ତା ହାତୀ ଆସି ଶବ ଉପରେ କରିଥିଲା ଆକ୍ରମଣ । ଆଉ ଶବଟିକୁ ଦଳି ଚକଟି ଶ୍ମଶାନଠୁ ବହୂ ଦୂରକୁ ଫିଙ୍ଗି ଦେଇଥିଲା ।

ପରେ ହାତୀଟି ମୃତକଙ୍କ ପରିବାର ଲୋକଙ୍କ ଉପରେ କରିଥିଲା ଆକ୍ରମଣ । ପରେ ଭୟରେ ଲୋକେ ସବୁ ଯିଏ ଯାହାର ପଳାଇଥିଲେ । କାହାର ନୂଆଣିଆ ଘରକୁ ହାତୀ ପାଲ ଭାଙ୍ଗି ଦେଇଛନ୍ତି ତ ଆଉ କାହାର ଛେଳିକୁ । ସେହିପରି ଅନେକ ଲୋକ ପ୍ରାଣ ଭୟରେ ଅଞ୍ଚଳ ଛାଡି ପଳାଇଛନ୍ତି । କେହି କେହି ହାତୀ ଭୟରେ ଗଛ ଉପରକୁ ଚଢି ଯାଇଥିଲେ । ଆଉ ଗଜରାଜଙ୍କ ଗର୍ଜନ ଶୁଣି ଆଖପାଖରେ ଥିବା ପ୍ରାୟ ୧୦-୧୨ ହାତୀ ଆସି ପହଞ୍ଚି ଯାଇିଥିଲେ ବୋଲି ସ୍ଥାନୀୟ ଗ୍ରାମବାସୀ ସୀତାରାଣୀ ମୂର୍ମୂ, ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.