Latest Odisha News

BREAKING NEWS

କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ପ୍ରକୋଷ୍ଠ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ  ଗଣେଶ୍ୱର ବେହେରା, ମୁଖପାତ୍ର ତଥା ବିଧାୟକ  ତାରାପ୍ରସାଦ ବାହିନୀପତି ଏବଂ ମୁଖପାତ୍ର ତଥା ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଅନ୍ୟମୁଖପାତ୍ର ମାନେ  ନୂତନ ପ୍ରଦେଶ କଂଗ୍ରେସ ସଭାପତି  ଶରତ ପଟ୍ଟନାୟକଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି ।  ଶରତ ପଟ୍ଟନାୟକ ଗଣମାଧ୍ୟମର ସମସ୍ତ ମୁଖପାତ୍ର ମାନଙ୍କ ସହିତ ଦୀର୍ଘ ସମୟଧରି ଆଲୋଚନା କରିବା ଅବସରରେ କହିଥିଲେ ଯେ  ଗଣମାଧ୍ୟମ ବିଭାଗର ମୁଖପାତ୍ରମାନେ ବିର୍ତକରେ ଭାଗନେଲା ବେଳେ କଂଗ୍ରେସର ଚିନ୍ତାଧାରା ଓ ପାର୍ଟିର ନିଷ୍ପତ୍ତିକୁ ବଳିଷ୍ଠ ଭାବରେ ଉପସ୍ଥାପିତ କରିବା ଉଚିତ ।

ତତ୍‌ସହିତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କର ସମସ୍ତ ଜନବିରୋଧି ନିଷ୍ପତ୍ତିକୁ ତଥ୍ୟ ସମ୍ବଳିତ ଆକାରରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରିବା ଉଚିତ । ଆସନ୍ତା ଦିନରେ କଂଗ୍ରେସ ସାମାଜିକ ଗଣମାଧ୍ୟମକୁ ଅଧିକ କ୍ରିୟାଶୀଳ କରିବାପାଇଁ ସେ ସାମାଜିକ ଗଣମାଧ୍ୟମର ଚେୟାରମ୍ୟାନ  ଅଭିଶେଷ ମହାନନ୍ଦଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର  ମନୋରଞ୍ଜନ ଦାଶ,ରଜନୀ କୁମାର ମହାନ୍ତି, ଅମୀୟ ପାଣ୍ଡବ, ପଦ୍ମାକର ଗୁରୁ, ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥି, ଜ୍ଞାନଦେବ ବେଉରା, ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.