Latest Odisha News

BREAKING NEWS

ଆଠଗଡ ଫରେଷ୍ଟ ରେଞ୍ଜରୁ ମିଳିଲା ହାତୀର ମୃତଦେହ

କଟକ : କଟକ ଜିଲ୍ଲା ଆଠଗଡ଼ ଫରେଷ୍ଟ ରେଞ୍ଜ ସୁକାସନ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ରାଜନଗର ସଦର ତଇଲାରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳେ ସ୍ଥାନୀୟ ବାସିନ୍ଦାମାନେ ଏକ ହାତୀର ମୃତଦେହ ଠାବ କରିବା ପରେ ବନ ବିଭାଗକୁ ଜଣାଇଥିଲେ ।

ଉକ୍ତ ହାତୀର ବୟସ ପ୍ରାୟ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ହାତୀର ମୁହଁରୁ ରକ୍ତ ବାହାରିଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଏହି ହାତୀ ମୃତ୍ୟୁ ସମ୍ପର୍କରେ ସଠିକ୍ କାରଣ ଜଣାପଡିନଥିଲା ବେଳେ ବିଷ ପ୍ରକ୍ରିୟା ଜନିତ କାରଣରୁ ତାର ମୃତ୍ୟୁ ଘଟିଥିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି । ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଏକ ତଦନ୍ତ ଆରମ୍ଭ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.