Latest Odisha News

BREAKING NEWS

ଆଜି ବିଶ୍ୱକପ ହକି କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ-ଆର୍ଜେଣ୍ଟିନା ଓ ଫ୍ରାନ୍ସ- ଅଷ୍ଟ୍ରେଲିଆ ମୁକାବିଲା

ଭୁବନୋଶ୍ୱର: ଓଡ଼ିଶା ହକି ପୁରୁଷ ବିଶ୍ୱକପରେ ଆଜି ଅନୁଷ୍ଠିତ ହେଉଛି କ୍ୱାର୍ଟର ଫାଇନାଲ । ଆଜି ବିଶ୍ୱର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଯଥାକ୍ରମେ ଫ୍ରାନ୍ସ ଓ ଇଂଲଣ୍ଡ ଟିମକୁ ଭେଟୁଛନ୍ତି ।

ପ୍ରଥମ ମ୍ୟାଚରେ ଅଲିମ୍ପିକ ଚମ୍ପିୟାନ ଆର୍ଜେଣ୍ଟିନା-ଇଂଲଣ୍ଡ ମ୍ୟାଚ ହେଉଥିବା ବେଳ ୨ୟ ମ୍ୟାଚରେ ୧ନଂ ଦଳ ତଥା ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ଫ୍ରାନ୍ସକୁ ଭେଟୁଛି । ଅଷ୍ଟ୍ରେଲିଆ ଏକମାତ୍ର ଦଳଭାବେ ପୁଲ ଲିଗ ମ୍ୟାଚରେ ବିନା ପରାଜୟ କିମ୍ବା ମ୍ୟାଚ୍ ଡ୍ର ନକରି ୩ଟି ଯାକ ମ୍ୟାଚରେ ବିଜୟ ହାସଲ କରିପାରିଛି । ଫଳରେ ସମୁଦାୟ ୯ ପଏଣ୍ଟ ହାସଲ କରିପାରିଛି । ଆଜିର କ୍ୱାର୍ଟର୍ ଫାଇନାଲରେ ଫ୍ରାନ୍ସକୁ କଡ଼ା ମୁକାବିଲା କରିବ ଅଷ୍ଟ୍ରେଲିଆ ଦଳ । ଅଷ୍ଟ୍ରେଲିଆ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ଥିଲେ ମଧ୍ୟ ଫ୍ରାନ୍ସ ଟିମ୍ ଏହି ମ୍ୟାଚକୁ ସହଜରେ ଛାଡ଼ିଦେବ ନାହିଁ ।

ସେହିପରି ଅନ୍ୟ କ୍ୱାର୍ଟର ଫାଇନାଲ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି । ଏହି ମ୍ୟାଚରେ ଆର୍ଜଣ୍ଟିନା ଦଳ ଅପେକ୍ଷାକୃତ ଶକ୍ତିଶାଳୀ ବିବେଚିତ ହେଉଥିଲେ ମଧ୍ୟ ଇଂଲଣ୍ଡ ଦଳ ମ୍ୟାଚରେ କିଛି ଚମତ୍କାରୀତା ପ୍ରଦର୍ଶନ କରି ବିପକ୍ଷ ଦଳକୁ ପରାଜିତ କରିବା ଲକ୍ଷ୍ୟ ରଖିଛି । ଗତ କିଛିବର୍ଷ ଧରି ଆର୍ଜେଣ୍ଟିନା ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଗୁଡ଼ିକରେ ବେଶ୍ ଭଲ ପ୍ରଦର୍ଶନ କରିଆସୁଥିବା ଯୋଗୁଁ ସେମିଫାଇନାଲରେ ପ୍ରବେଶ କରିବା ଆର୍ଜେଣ୍ଟିନା ଦଳ ଆଶା ବାନ୍ଧିଛି ।

ଆସନ୍ତାକାଲି ଗୁରୁବାର ଦିନ ୧ମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଆୟୋଜକ ଭାରତୀୟ ଦଳ ଶକ୍ତିଶାଳୀ ନେଦରଲ୍ୟାଣ୍ଡ ଦଳକୁ ଭେଟିବ । ଆସନ୍ତାକାଲିର ୨ୟ କ୍ୱାର୍ଟର୍ ଫାଇନାଲରେ ଜର୍ମାନୀ ବେଲଜିୟମକୁ ଭେଟୁଛି ।

ତେବେ ଯାହାବି ହେଉ ଏହି ସମସ୍ତ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ ଗୁଡ଼ିକ ବେଶ୍ ରୋମାଞ୍ଚକର ହେବା ସହିତ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରହିଛି ।

Leave A Reply

Your email address will not be published.