Latest Odisha News

BREAKING NEWS

ଚାଷ ଦେଲା ଜୀବିକାକୁ ସଂଜୀବନୀ, ଏଥର ସଂଜୀବ କହିବେ ‘ମୁଁ କେମିତି ହେଲି ସଫଳ’

ଦେବଗଡ : ରିଆମାଳ ଅଂଚଳର ସଫଳ ଚାଷୀ ସଞ୍ଜିବ  ପ୍ରଧାନ । ଯୁକ୍ତ ୨ ପାସ ପରେ ଗତ ୧୦ ବର୍ଷ ହେବ ଚାଷକାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ତାଙ୍କର ଚାଷ କାମରେ ଅଭିଜ୍ଞତା ନ ଥିବାରୁ ଚାଷ କାର୍ଯ୍ୟରେ ସଫଳ ପାଇପାରୁ ନଥିଲି । ହେଲେ ସବୁବେଳେ ନୂତନ କୌଶଳ ଏବଂ ବୈଜ୍ଞାନିକ ପଦ୍ଧତିରେ କିପରି ଅଧିକ ଅମଳକ୍ଷମ ଚାଷ କରିହେବ ସେଥି ନିମନ୍ତେ ଚେଷ୍ଟା ଜାରି ରଖିଥିଲି।

ଗତବର୍ଷ ଡିସେମ୍ବର ମାସରେ ସେ ରିଲାଏନ୍ସ ଫାଉଣ୍ଡେସନ ସମ୍ପର୍କରେ ଜାଣିବାକୁ ପାଇଲେ । ଫାଉଣ୍ଡେସନର ଜିଲ୍ଲାକ୍ଷେତ୍ର ପ୍ରତିନିଧି ଗାଁରେ କିଛି ପନିପରିବା ଚାଷୀଙ୍କୁ ନେଇ ପନିପରିବାରେ ରୋଗ ପୋକ ନିରାକରଣ ବିଷୟବସ୍ତୁ ଉପରେ ଏକ ଫୋନ କନଫରେନ୍ସ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏଠାରେ ଭାଗ ନେବା ପରେ ସଞ୍ଜିବ ରିଲାଏନ୍ସ ଫାଉଣ୍ଡେସନର ସୂଚନାସେବାର  ଚାଷୀମାନଙ୍କ ପାଇଁ ଥିବା ବିଭିନ୍କାନ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବାକୁ ପାଇଲେ

କୃଷିକାର୍ଯ୍ୟ ନିମନ୍ତେ ବିଶ୍ଵସନୀୟ ସଂସ୍ଥାଠାରେ ଉପଲବ୍ଧ ଥିବା କୃଷି ସୂଚନା ଓ ପରାମର୍ଶ  ସଠିକ ସମୟରେ ଡିଜିଟାଲ ସେବା ଜରିଆରେ ଚାଷୀ ଭାଇମାନଙ୍କ ନିକଟରେ ନିଃଶୁଳ୍କରେ ପହଞ୍ଚାଇବା ରିଲାଏନ୍ସ ଫାଉଣ୍ଡେସନ ଏକ ଅଭିନବ ପ୍ରୟାସ ମୋବାଇଲ ଭଏସ ମେସେଜ ମାଧ୍ୟମରେ ଦୈନିକ କୃଷି ଓ ଗୋପାଳନ ଭିତ୍ତିକ କୃଷି ସନ୍ଦେଶ, ୧୮୦୦-୪୧୯-୮୮୦୦ ନିଶୁଳ୍କ ହେଲ୍ପଲାଇନ ନମ୍ବରରେ କୃଷି ବିଶେଷଜ୍ଞଙ୍କ  ସହ ସିଧାସଳଖ ପରାମର୍ଶ ତଥା ହ୍ବାଟସଆପ୍ ମାଧ୍ୟମରେ ପରାମର୍ଶ ,ଅଡିଓ/ ଭିଡିଓକନଫରେନ୍ସ, କାର୍ଯ୍ୟକ୍ରମରେ ଭାଗନେଇ ନିଜର ଚାଷ ସମ୍ବନ୍ଧୀୟ ପରାମର୍ଶ ନେଇପାରିବେ ବୋଲି ରିଲାଏନ୍ସ ଫାଉଣ୍ଡେସନ ଜିଲ୍ଲା କ୍ଷେତ୍ର ପ୍ରତିନିଧି ଜଣକ ବୁଝାଇଥିଲେ

ସଞ୍ଜୀବଙ୍କର ୪ ଏକର ଜମି ଥିବା ବେଳେ ସେଥିରୁ ୨ ଏକର ଜମିରେ ସେ ଧାନ ଚାଷ ଏବଂ ଅନ୍ୟ ୨ ଏକର ଜମିରେ ମୁଗ, ବିରି ଓ ପନିପରିବା ଯାଥା ବାଇଗଣ, ପୋଟଳ, ବିଲାତି , କଲରା, ଭେଣ୍ଡି, ଫୁଲକୋବି ଇତ୍ୟାଦି ଚାଷ କରନ୍ତି । ପ୍ରାଯ ବର୍ଷକ ତଳେ ଫାଉଣ୍ଡେସନର ଫୋନ କନଫରେନ୍ସିଂ କାର୍ଯ୍ୟକ୍ରମରେ ସେ ଭାଗ ନଇଥିଲେ । ସେଇ ସମୟରେ ସେ ୫୦ ଡିସିମିଲ ଜାଗାରେ କଲରା ଚାଷ କରିଥିଲି । କାର୍ଯ୍ୟକ୍ରମ ଭାଗ ନେବା ବେଳେ ସେ ତାଙ୍କ କଲରା ଚାଷରେ ଲାଗୁଥିବା ଫଳବିନ୍ଧା ମାଛିର ନିୟନ୍ତ୍ରଣ ଉପରେ ଦେବଗଡ ଜିଲ୍ଲା କୃଷିବିଜ୍ଞାନ କେନ୍ଦ୍ର କୃଷି ବିଶେଷଜ୍ଞଙ୍କୁ ପ୍ରଶ୍ନ ପଚାରିଥିଲେ । ବିଶେଷଜ୍ଞ ତାଙ୍କୁ ଫଳବିନ୍ଧା ପୋକ ନିୟନ୍ତ୍ରଣ ଲାଗି କୃଷିବିଜ୍ଞାନ କେନ୍ଦ୍ରରେ ଉପଲବ୍ଧ ଥିବା ଫଳବିନ୍ଧା ପୋକ ଯନ୍ତା ବିଷୟରେ କହିଥିଲେ । ତାଙ୍କ ପରାମର୍ଶ ଅନୁଯାଇ ସେ ୬ ଟି ଫଳବିନ୍ଧା ପୋକ ଯନ୍ତା ବସାଇ ଫଳବିନ୍ଧା ପୋକକୁ ନିୟନ୍ତ୍ରଣ କରିପାରିଲେ । ଆଉ ପ୍ରାୟ ୮ କୁଇଣ୍ଟାଲ କଲରା ଆମଦାନୀ କରିଥିଲେ । କିଲୋ ପ୍ରତି ୨୫ଟଙ୍କା ଦରରେ ବିକ୍ରି କରି ପ୍ରାଯ ୨୦,୦୦୦ ଟଙ୍କାରେ ପାଇପାରିଲେ ।  

ଗତ ମାର୍ଚ୍ଚ ମାସରେ ତାଙ୍କ ପାଇଁ ଆଉ ଏକ ସମସୟା ଆସିଥିଲା । କରୋନା ସଂକ୍ରମଣ ଭୟରେ ଲକଡାଉନ ବେଳେ ଧାନ ଚାଷରେ ଲାଗୁଥିବା ସାର ଏବଂ କୀଟ ନାଶକ ଔଷଧ ବାଜରରେ ମିଳି ନଥିଲା । ସାର ବିକ୍ରି ହେଉଥିବା ଦୋକାନଗୁଡିକ ମଧ୍ୟ ବନ୍ଦ ଥିଲା । ଏହି ସମୟରେ  ରିଲାଏନ୍ସ ଫାଉଣ୍ଡେସନ ହେଲ୍ପଲାଇନ ନମ୍ବର ୧୮୦୦୪୧୯୮୮୦୦ ସହାୟକ ସାଜିଥିଲା ଏହି ନମ୍ବରରେ କଲ କରି ସଞ୍ଜୀବ ଜାଣିବାକୁ ପାଇଥିଲି କି ସରକାର ସମସ୍ତ ଚାଷୀ ପାଇଁ ଚାଷ କାର୍ଯ୍ୟରେ ଲାଗିଥିବା କଟକଣା କୁ ଉଠାଇ ନେଇଛନ୍ତି । ବଜାରକୁ ଯାଇ ପନିପରିବା ବିକ୍ରି କରିବା ପାଇଁ ଚାଷୀ ମାନଙ୍କୁ ମିଳୁଥିବା ସ୍ଵତନ୍ତ୍ର ରୋଡ ପାସ ସମ୍ପର୍କରେ ବି ଜାଣିବା ପରେ ତା ପରଦିନ ମୋତେ କୃଷିବିଭାଗ ବିଭାଗରୁ ପାସ ଆଣି ପୂର୍ବ ଭଳି ସମସ୍ତ ଚାଷ କାର୍ଯ୍ୟ ଓ ବିକ୍ରି ବଟା କରିପାରିଲେ । 

 କରୋନା ଯୋଗୁଁ ଘରେ ରହି ଗତ ଅକ୍ଟୋବର ମାସରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ଅଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ସମୟରେ ସଞ୍ଜୀବ ବାଇଗଣ ଗଛ ଲଗାଇଥିଲେ ଆଉ ସେଥିରେ ଗଣ୍ଠି ପୋକ ଲାଗିବା ଆରମ୍ଭ ହେଉଥିଲା । ଏହି କାର୍ଯ୍ୟକ୍ରମରେ ସେ ନିଜ ସମସ୍ୟା କୃଷିବିଜ୍ଞାନ କେନ୍ଦ୍ର କୃଷି ବିଶେଷଜ୍ଞ ଲବ ସୋରେନଙ୍କୁ ଜଣାଇଲେ । ସେ ଏଥିରେ ଜୈବିକ ଓ ରାସାୟନିକ ପଦ୍ଧତିରେ ଉପଚାର ସମ୍ପର୍କରେ ପରାମର୍ଶ ଦେଇଥିଲେ । ତାହା ଅନୁଶରଣ କରି ସେ ରୋକପୋକ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ଏ ନେଇ ସଂଞ୍ଜୀବ କହନ୍ତି, ‘ଠିକ୍ ସମଯରେ ଉଚିତ ପରାମର୍ଶ ୟୋଗୁଁ ରୋଗ ପୋକ ନିୟନ୍ତ୍ରଣ ସହ ଭଲ ଫସଲ ବି ଅମଳ କରିପାରିଲି ।  ଏଯାଏଁ ‘ ପ୍ରାୟ ୧୩ କୁଇଣ୍ଟାଲ ବାଇଗଣ କେଜିପ୍ରତି ୨୦ ଟଙ୍କା ହିସାବରେ ସମୁଦାୟ ୨୬୦୦୦ ଟଙ୍କାରେ ବଜାରରେ ବିକ୍ରି କରିପାରିଛି । ଏବଂ ଆଗକୁ ଆହୁରି ୧୫ ରୁ ୧୬ କୁଇଣ୍ଟାଲ ବାଇଗଣ ଅମଳ କରିବାର ଆଶା ରଖିଛି ।’

ରିଲାୟ୍ଯାନ୍ସ ଫାଉଣ୍ଡେସନ ପକ୍ଷରୁ ଖୋଲାଯାଇଥିବା ହ୍ବାଟସ୍ ଆପ୍  ଗ୍ରୁପରେ ପ୍ରାୟ ସଂଞ୍ଜୀବଙ୍କ ଭଳି ୨୫୦ ଜଣ ଚାଷୀ ଭାଇ ସଦସ୍ୟ ଅଛନ୍ତି ।  ସେମାନେ ନିଜ ନିଜ ଘରେ କିମ୍ବା କ୍ଷେତରେ ଥାଇ ଚାଷ ସମ୍ବଧୀୟ ସମସ୍ୟାର ଫୋଟୋ କିମ୍ବା ଲେଖା ପଠାଇଲେ ସେହି ଗ୍ରୁପରେ ଥିବା କୃଷି ବିଶେଷଜ୍ଞ ମାନଙ୍କ ଠାରୁ ସାଙ୍ଗେ ସାଙ୍ଗେ ତାର ଉତ୍ତର ପାଇପାରୁଛନ୍ତି । ଏଥିସହିତ ନୂତନ ବୈଜ୍ଞାନିକ ପଦ୍ଧତିରେ ହେଉଥିବା ଚାଷର ଭିଡିଓ ଏବଂ ଅଡିଓ ମଧ୍ୟ ପାଇପାରୁଛନ୍ତି । ଏସବୁ ସାହାଯ୍ୟ ପାଇଁ ସଂଜୀବ ରିଲାଏନ୍ସ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି । 

Leave A Reply

Your email address will not be published.