Latest Odisha News

ଟ୍ରେନ୍‌ ଧକ୍କାରେ ଚାଲିଗଲା ହାତୀର ଜୀବନ

ଅନୁଗୁଳ : ପୁଣି ଏକ ହାତୀ ମୃତ। ରେଳ ଲାଇନ ପାର୍‌ ହେବା ସାଜିଲା କାଳ । ନେଇଗଲା ଜୀବନ । ରେଳ ଲାଇନ୍‌ ପାର୍‌ ହେଉ ହେଉ ଟ୍ରେନ ଧକ୍କାରେ ଚାଲିଗଲା ଦନ୍ତାର ଜୀବନ । ଏହି ଘଟଣାଟି ଅନୁଗୁଳ-ସମ୍ବଲପୁର ରେଳ ଲାଇନ୍‌ ଜରପଡ଼ା ଗାଁ ନିକଟରେ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ହାତୀଟି ରେଳ ଲାଇନ୍‌ ପାର୍‌ ହେଉଥିଲା । ସେହି ସମୟରେ ଟ୍ରେନ୍‌ଟି ହାତୀକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ପ୍ରାୟ ୧୦୦ ମିଟର ଦୂରରେ ଛିଟକି ପଡିଥିଲା ହାତୀ। ଫଳରେ ଘଟଣାସ୍ଥଳରେ ଚାଲିଯାଇଥିଲା ହାତୀର ଜୀବନ । ତେବେ ହାତୀଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ଅନୁମାନ କରାଯାଉଛି । ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଖବରପାଇ ବନବିଭାଗ ଓ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.