Latest Odisha News

BREAKING NEWS

ପାଣିପାଗ: ୪ ଜିଲ୍ଲାକୁ କୁଆପଥର ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣଂ ଜାରି

ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ଲଗାତର କିଛିଦିନ ବର୍ଷା ହେବା ପରେ ପୁଣି ଖରା ତାତି ସାଙ୍ଗକୁ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ତେବେ ଗତକାଲି ସନ୍ଧ୍ୟାରେ ଟ୍ୱିନ୍‌ ସିଟ୍ କଟକ ଭୁବନେଶ୍ୱରରେ ଝଡ଼ ବର୍ଷା ଦେଖିବାକୁ ମିଳିଥିଲା। ଏଥିରେ କଟକରେ କେତେକ ସ୍ଥାନର ଗଛ ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଛି।

BjdElectrycity

କେବଳ କଟକ ଭୁବନେଶ୍ୱର ନୁହେଁ ମାଲକାନଗିରି, ‌କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗୀର, ସୋନପୁ ଜିଲ୍ଲାରେ ଗୁରୁବାର ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି। ସେହିପରି ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ଝଡ଼ବର୍ଷା ଦେଖିବାକୁ ମିଳିଥିଲା।

ସେହିପରି ଆଜିବି କେତେକ ଜିଲ୍ଲାରେ ବର୍ଷା କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳ‌ ଏହି ୪ ଜିଲ୍ଲାରେ ଝଡ଼ପବନ ସହ ବିଜୁଳି, ଘଡ଼ଘଡ଼ି ବର୍ଷା ହେବ। କିଛି ସ୍ଥାନରେ କୁଆପଥର ବି ପଡ଼ିବ। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ୮ ତାରିଖ ଦିନ ମଧ୍ୟ ରାଜ୍ୟର ୧୧ ଜିଲ୍ଲାରେ ଝଡ଼ବ‌ର୍ଷାର ସମ୍ଭାବନା ରହିଛି। ଏଥିପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ରାଜ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ  ବିଭାଗ କହିଛି। ତେବେ ବର୍ଷା ହେଲେ ବି ଦିନରେ ପ୍ରବଳ ଖରା ସାଙ୍ଗକୁ ଗୁଳି ଗୁଳିରେ ଜାରି ରହିବ। ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରି ଓ ସର୍ବନିମ୍ନ ୨୫ ଡିଗ୍ରି ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 

Leave A Reply

Your email address will not be published.