Latest Odisha News

ମୟୂରଭଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ: ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଫରେଷ୍ଟ ରେଞ୍ଜର କୁଜିଆମ ସଂରକ୍ଷିତ ଜଙ୍ଗଲରେ କିଛି ହାତୀପଲ ପଶି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଗ୍ରାମଗୁଡିକରେ ପାଖାପାଖି ୧୮ଟି ହାତୀ ବିଲରେ ପ୍ରବେଶ କରି ପନିପରିବା ତଥା ଧାନ ଫସଲ ମଧ୍ୟ ନଷ୍ଟ କରିଥିବା ଜଣାପଡିଛି ।

ଅପରପକ୍ଷରେ ଧାନଫସଲ ଅମଳ ପୂର୍ବରୁ ହାତୀ ପଲଙ୍କ ଏଭଳି ଦୌରାତ୍ମ୍ୟ ଯୋଗୁଁ ସ୍ଥାନୀୟ ଲୋକମାନେ ଏକପ୍ରକାର ଭୟଭୀତ ହୋଇପଡିଛନ୍ତି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ହାତୀ ପଲଙ୍କୁ ଘଉଡାଇ ଚେଷ୍ଟା ଜାରି ରଖିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.