Latest Odisha News

BREAKING NEWS

ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର : ଏପ୍ରିଲ ୩ରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ଖାତା ଦେଖା ଆରମ୍ଭ ହେବ । ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବା ନେଇ ସୂଚନା ରହିଛି  । ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ କଡା ସୁରକ୍ଷାରେ ବ୍ୟବସ୍ଥା ମଧ୍ୟରେ ଯିବ ବୋଲି ଜଣାପଡ଼ିଛି ।

ମୂଲ୍ୟାୟ‌ନ ପାଇଁ ଚୟନ କରାଯାଇଥିବା ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ ଓ ମୁଖ୍ୟ ପରୀକ୍ଷକ, ସ୍କ୍ରୁଟିନାଇଜରମାନଙ୍କ ନିଯୁକ୍ତିପତ୍ର ବୋର୍ଡ ୱେବସାଇଟ www.bseodisha.ac.inରେ ଅପଲୋଡ୍ କରାଯାଇଛି। ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ସେମାନଙ୍କ ସ୍କୁଲ ଆଇଡି, ପାସ୍ ୱାର୍ଡ ବ୍ୟବହାର କରି ଲଗ୍ ଇନ କରିବେ  ।  ପରେ ପରୀକ୍ଷକ ଓ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ଅନ୍ୟମାନଙ୍କ ନିଯୁକ୍ତିପତ୍ରକୁ ଡାଉନଲୋଡ୍ କରି ପାରିବେ। ଏହି ମୂଲ୍ୟାୟନ କାର୍ଯ୍ୟ ୧୦ରୁ ୧୨ ଦିନ ଭିତରେ ଶେଷ ହେବ ବୋଲି ବୋର୍ଡ ଉପସଭାପତି ଡ.ନିହାର ରଞ୍ଜନ ମହାନ୍ତି ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.