Latest Odisha News

BREAKING NEWS

କନ୍ଧମାଳରେ ହାତୀକୁ ଗୁଳି କରି ହତ୍ୟା

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ଫରେଷ୍ଟ ଡିଭିଜନ ନିକଟସ୍ଥ ଗ୍ରାମରେ ଏକ ମାଈ ହାତୀକୁ କେହି ଶିକାରୀ ଗୁଳିକରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ହାତୀଟି ଜନବସତି ମୁହାଁ ହୋଇ ଗ୍ରାମ ଆଡକୁ ଆସି ଯାଇଥିଲା । ସେବେଠାରୁ ଶିକାରୀ ମାନେ ଏହି ମାଈ ହାତୀ ଉପରେ ନଜର ରଖିଥିଲେ । ଏହି ମାଈ ହାତୀଟି ଗର୍ଭବତୀ ଥିବା ସହ କେହି ଶିକାରୀ ହାତୀଟିକୁ ଗୁଳି କରି ହତ୍ୟା କରିଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ କରାଯାଉଛି ।

ଅନ୍ୟପକ୍ଷରେ ଗର୍ଭବତୀ ହାତୀର ସୁରକ୍ଷା ନେଇ ବନବିଭାଗ କୌଣସି ପଦକ୍ଷେପ ନନେବାରୁ ଉକ୍ତ ହାତୀଟିର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ତେବେ ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ଯାଇ ହାତୀର ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.