Latest Odisha News

BREAKING NEWS

ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଯାଇଛି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରାଯାଇଛି ବୋଲି ରାଜ୍ୟ ରାଜସ୍ୱ ମନ୍ତ୍ରୀ ଗୁରୁବାର ଦିନ କହିଛନ୍ତି ।

“ରାଜ୍ୟ ସରକାର, ଏକ ସ୍ମାରକ ଦ୍ୱାରା ଓଡ଼ିଶାର ୭୦ଟି ବ୍ଲକରେ ଉପୁଜିଥିବା ମରୁଡ଼ି ପରିସ୍ଥିତି ସମ୍ପର୍କରେ ଅବଗତ କରିବା ସହିତ ଏଥିଲାଗି ୧୫୩୪ କୋଟି ଟଙ୍କା ରିଲିଫ ସହାୟତା ଲାଗି କେନ୍ଦ୍ରକୁ ଜଣାଇଥିଲେ । ଏପରିକି ରାଜ୍ୟ ସରକାର ଏହି ମରୁଡ଼ି ପ୍ରଭାବିତ କୃଷକ ମାନଙ୍କ ଲାଗି ସବସିଡ଼ିର ବ୍ୟବସ୍ଥା କରିବା ନେଇ ନିଷ୍ପତ୍ତି ନେଇଛନ୍ତି,” ବୋଲି ରାଜସ୍ୱ ମନ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଓଡ଼ିଶା ସରକାର କେନ୍ଦ୍ରକୁ ମରୁଡ଼ି ପରିସ୍ଥିତି କିମ୍ବା ଏଥିଲାଗି ସହାୟତା ପ୍ରଦାନ ସମ୍ପର୍କରେ ଅବଗତ କରିନାହାନ୍ତି ବୋଲି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ ସିଂହ ଶେଖାୱତ ଗତକାଲି କହିଥିବା ନେଇ ସାମ୍ବାଦିକଙ୍କର ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, “ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏନେଇ ପ୍ରଦାନ କରିଥିବା ସ୍ମାରକପତ୍ରକୁ କେନ୍ଦ୍ରମନ୍ତ୍ରୀ ଦେଖି ନାହାନ୍ତି କିମ୍ବା ଏସମ୍ପର୍କରେ ଠିକ୍ ରୂପେ ଅବଗତ ହୋଇନାହାନ୍ତି” ।

ରାଜ୍ୟସଭାରେ ବୁଧବାର ଦିନ ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ଓଡ଼ିଶାର ମରୁଡ଼ି ପରିସ୍ଥିତି ଲାଗି ରାଜ୍ୟ ସରକାର କେନ୍ଦ୍ରଠାରୁ ଆର୍ଥିକ ସହାୟତା ଲାଗି ଅବଗତ କରିନାହାନ୍ତି ବୋଲି କହିଥିଲେ ।

“ଯଦିଓ ଓଡ଼ିଶା ସରକାର ରାଜ୍ୟର କେତେକ ସ୍ଥାନରେ ମରୁଡ଼ି ପରିସ୍ଥିତି ଉପୁଜିଥିବାର ଘୋଷଣା କରିଥିଲେ କିନ୍ତୁ ଏସମ୍ପର୍କରେ ଓଡ଼ିଶା ସରକାରକେନ୍ଦ୍ରକୁ ଏପର୍ଯ୍ୟନ୍ତ କୌଣସିି ସ୍ମାରକପତ୍ର ପ୍ରଦାନ କରିନାହାନ୍ତି,” ବୋଲି ରାଜ୍ୟସଭାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିଥିଲେ ।

Leave A Reply

Your email address will not be published.