Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀପଲ

ଅନୁଗୁଳ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ହାତୀପଲ । ମଣିଷ ଜଙ୍ଗଲ ନଷ୍ଟ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀ । ଗାଁକୁ ହାତୀପଲ ପଶି ଆସିବା ଫଳରେ ଆତଙ୍କିତ ହୋଇ ପଡ଼ିଛନ୍ତି ମହୀଧରପୁର ଗ୍ରାମବାସୀ । ହାତୀପଲରେ ଗୋଟିଏ ଦନ୍ତା ସମେତ ମୋଟ ୬ଟି ହାତୀ ଅଛନ୍ତି ।

ରାତିରେ ଖାଦ୍ୟ ଅନ୍ୱେଷଣରେ ଆସି ଗାଁରେ ଏହି ହାତୀପଲ ରହି ଯାଇଥିବା କୁହାଯାଉଛି । ସକାଳୁ ଗାଁ ଗହିର ଦେଇ ହାତୀପଲ ଯାଇଛନ୍ତି । ହାତୀପଲକୁ ଘଉଡ଼ାଇବା ଲାଗି ଲୋକେ ବନ ବିଭାଗକୁ ଖବର ଦେଇଥିବା ବେଳେ ବନ କର୍ମଚାରୀ ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.