Latest Odisha News

BREAKING NEWS

ଏକୋଇଶିଆରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଦଳି ଦେଲା ଦନ୍ତା, ଗଛରେ ଚଢ଼ି ବଞ୍ଚିଗଲା ପୁଅ

ନବରଙ୍ଗପୁର: ଛୁଆକୁ ମାଆ ସବୁବେଳେ ଘଣ୍ଟ ଘୋଡ଼ାଇ ରଖି ଥାଏ । ନିଜ ଜୀବନ ପଛେ ଚାଲି ଯାଉ ଛୁଆର କିଛି ନ ହେଉ । ମାଆ ଏମିତି ସବୁବେଳେ ସନ୍ତାନର ଶୁଭ ମନାସି ଥାଏ । ପରିଣତ ବୟସରେ ବି ଭେଣ୍ଡିଆ ପୁଅକୁ ମାଆ ପଣତ କାନିରେ ଘଣ୍ଟ ଘୋଡ଼ାଇବା ସହ ନିଜ ଜୀବନକୁ ବାଜି ଲଗାଇ ଦେଇଛି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ।

ସୂଚନା ଅନୁସାରେ, ଥାଟବେଡ଼ା ଗାଁର ମାଆ, ପୁଅ ଏକୋଇଶିଆ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଫେରୁଥିଲେ । ସେହି ସମୟରେ ଗୋଟିଏ ହାତୀ ହଠାତ୍ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା । ଜୀବନ ବିକଳରେ ପୁଅ ଗଛରେ ଚଢ଼ି ଯିବାରୁ ବଞ୍ଚି ଯାଇଛି । ଘଟଣାସ୍ଥଳରେ ପୁଅର ଆଖି ଆଗରେ ମାଆ ଆସମତି ଭତ୍ରାଙ୍କୁ ଦଳି ମାରି ଦେଇଛି ହାତୀ ।

ଖବର ପାଇ ବନ ବିଭାଗ ପହଞ୍ଚିବା ସହ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି । ଗତ ୧୦ ତାରିଖରେ  ତେନ୍ତୁଲୁଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତର ଜଙ୍ଗଲ ଜଗୁଆଳି ବୁଦନ ସୌରାଙ୍କୁ ହାତୀ ଦଳି ଦେଇ ମାରି ଦେଇଥିଲା । ଆଉ ସେହି ହାତୀ ସପ୍ତାହକରେ ଦ୍ୱିତୀୟ ଜୀବନ ନେଇଛି । ହାତୀ ଘଉଡ଼ାଇବାକୁ ସପ୍ତାହେ ହେଲା ବନ ବିଭାଗ ଚେଷ୍ଟା କରୁଥିଲେ ବି ସଫଳତା ମିଳିନି ।

Leave A Reply

Your email address will not be published.