ନୂଆଦିଲ୍ଲୀ: ଗୋଟିଏ ଦିନରେ ଦୁଇ ଦୁଇ ଥର ଡାଉନ ହେଲା ଏକ୍ସ । ଏହା ପଛରେ ୟୁକ୍ରେନର ହାତ ଥିବା ଅଭିଯୋଗ ଆଣିଲେ ଏକ୍ସର ମାଲିକ ଏଲନ ମସ୍କ । ୟୁକ୍ରେନ୍ ସାଇବର ଆଟାକ୍ ଯୋଗୁଁ, ଏଭଳି ସ୍ଥିତି ଉପୁଜିଲା ବୋଲି କହିଛନ୍ତି ମସ୍କ ।
ଏଲନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ, ଏକ୍ସ ଗତକାଲି କିଛି ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା । ଫଳରେ ହଜାର ହଜାର ଉପଭୋକ୍ତା, ଏହାର ଆପ୍ କିମ୍ବା ୱେବସାଇଟ୍ କାର୍ଯ୍ୟକ୍ଷମତାକୁ ଆକ୍ସେସ୍ କରିପାରି ନଥିଲେ । ତେବେ ଏହି ଡାଉନ୍ଟାଇମ୍ କେବଳ ଥରେ ନୁହେଁ ବରଂ ଗୋଟିଏ ଦିନରେ ଦୁଇଥର ହୋଇଥିଲା । ଯାହାକୁ ନେଇ ନିଜ ଏକ୍ସରେ ୟୁକ୍ରେନକୁ ଦାୟୀ କରିଛନ୍ତି ମସ୍କ । ମସ୍କଙ୍କ ଅନୁଯାୟୀ, ଏକ୍ସ ଉପରେ ୟୁକ୍ରେନ୍ ସୈନ୍ୟଙ୍କ ଦ୍ୱାରା ବ୍ୟାପକ ସାଇବର ଆଟାକ୍ ହୋଇଛି । ଭାରତ, ଆମେରିକା, ୟୁକେ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଅଞ୍ଚଳ ସମେତ ଅନେକ ଅଞ୍ଚଳରେ ଏକ୍ସ ଡାଉନ୍ ହେବା ନେଇ ୪୦,୦୦୦ ରୁ ଅଧିକ ରିପୋର୍ଟ ରେକର୍ଡ ହୋଇଛି । ଯାହାର ଆଇପି ଆଡ୍ରେସ ୟୁକ୍ରେନର ବୋଲି ଦାବି କରିଛନ୍ତି ମସ୍କ ।
ଯାହାକୁ ନେଇ କିଛି ଘଣ୍ଟା ନିରବ ରହିବା ପରେ, ୟୁକ୍ରେନ ଉପରେ ବର୍ଷିଛନ୍ତି ମସ୍କ । ଏକ୍ସ ବିରୁଦ୍ଧରେ ବଡ ସାଇବର ଆଟାକ୍ ହୋଇଛି । ଏମିତି ପ୍ରତିଦିନ ଆଟାକ୍ ହୁଏ, ହେଲେ ଏହା କିଛି ବଡ ଧରଣର ଥିଲା । ଏକ ବଡ ସମନ୍ବିତ ଗୋଷ୍ଠୀ କିମ୍ବା ଦେଶ ଏଥିରେ ସାମିଲ ଅଛନ୍ତି ବୋଲି ଅଭିଯୋଜ କରିଥିବା ବେଳେ ଆଜି ଫକ୍ସ ବିଜନେଜକୁ ଏହି ଆଟାକର ଆଇପି ଆଡ୍ରେସ୍ ୟୁକ୍ରେନର ବୋଲି ଦର୍ଶାଇଛନ୍ତି ମସ୍କ । ଏଥିସହିତ ୟୁକ୍ରେନ୍ ସରକାର ଏକ୍ସ ସୁରକ୍ଷା ଭିତ୍ତିଭୂମି ଉଲ୍ଲଂଘନ କରିବାର ପ୍ରୟାସ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଯାହା ଗୋଟିଏ ଦିନରେ ଦୁଇଥର ଏକ୍ସ ଡାଉନଟାଇମ୍ ସୃଷ୍ଟି କରିଥିଲା । ହେଲେ ତଥାପି ଏତେ ବଡ ବିଚ୍ୟୁତି ପରେ ବି ଏକ୍ସ ଆପ୍ ଏବଂ ୱେବସାଇଟ୍ ଚାଲୁ ରହିଛି ବୋଲି କହିଛନ୍ତି ମସ୍କ ।
Comments are closed.