Latest Odisha News

BREAKING NEWS

ଭାରତରେ ଅଫିସ୍ ବନ୍ଦ କଲା ଟ୍ୱିଟର; କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତରେ ଅଫିସ ବନ୍ଦ କଲା ଟ୍ୱିଟର। କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ ଦେଲା କମ୍ପାନୀ। ଭାରତରେ ଟ୍ୱିଟର ୩ ଅଫିସ ରହିଥିବା ବେଳେ ସେଥିରୁ ଦୁଇଟିକୁ ବନ୍ଦ କରିଦେଇଛି। ବନ୍ଦ ହୋଇଯାଇଥିବା ଦୁଇଟି ଅଫିସ ଦିଲ୍ଲୀ ଓ ମୁମ୍ବାଇର।

ଏଲନ ମସ୍କ ଯେବେ ଠାରୁ ଟ୍ୱିଟର କିଣିଛନ୍ତି ସେବେଠାରୁ ସୋସିଆଲ୍ ମିଡିଆ କମ୍ପାନୀରେ ହଲ୍‌ଚଲ୍‌ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଇଛନ୍ତି ମସ୍କ। ଟ୍ୱିଟରରେ କର୍ମଚାରୀ ଛଟେଇ ଓ ବ୍ଲୁ ଟିକ୍ ପଲିସି ସବୁଠାରୁ ଚର୍ଚ୍ଚାରେ ରହିଛି। ସେହିପରି ଆମେରିକାରେ କମ୍ପାନୀ ଗଞ୍ଜେଇ ବିଜ୍ଞାପନ ପବ୍ଲିସ୍ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି।

ଗତବର୍ଷ ଟ୍ୱିଟର ଭାରତରେ ୨୦୦ରୁ ଅଧିକ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତକୁ ଚାକିରିରୁ ବିଦା କରିଦେଇଥିଲା। ଏବେ ଦିଲ୍ଲୀ ଓ ମୁମ୍ବାଇରେ ଥିବା କାର୍ଯ୍ୟାଳକୁ ମଧ୍ୟ ଟ୍ୱିଟର ବନ୍ଦ କରି କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ ଦେଇଛି କମ୍ପାନୀ।

ବ୍ଲୁମ୍ବର୍ଗର ରିପୋର୍ଟ ଅନୁସାରେ, ଭାରତରେ ଟ୍ୱିଟରର ଏବେ କେବଳ ଗୋଟିଏ ଅଫିସ୍ କାର୍ଯ୍ୟକ୍ଷମ ହେଉଛି। ବେଙ୍ଗାଲୁରୁରେ ଥିବା କାର୍ଯ୍ୟାଳୟକୁ ଚାଲୁ ରଖିଛି କମ୍ପାନୀ। ଏଥିରେ ଅଧିକାଂଶ ଇଞ୍ଜିନିୟର କାମ କରୁଛନ୍ତି।

ପ୍ରକୃତ କଥା ହେଲା ଟ୍ୱିଟର ଆର୍ଥିକ ସ୍ଥିତି ବର୍ତ୍ତମାନ ଖରାପ ଦିଗରେ ଗତି କରୁଛି। ତେଣୁ ଖର୍ଚ୍ଚ କାଟ ସାଙ୍ଗକୁ ଅଧିକରୁ ଅଧିକ ଆୟ କରି କମ୍ପାନୀ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଛି। ମସ୍କ ଟ୍ୱିଟରକୁ ୪୪ ବିଲିୟନ ଆମେରିକୀୟ ଡଲାର୍‌ରେ କିଣିବା ପରେ କମ୍ପାନୀ ନିଜର ସେନ ଫ୍ରାନ୍ସିକୋ ମୁଖ୍ୟାଳୟ ଓ ଲଣ୍ଡନର କାର୍ଯ୍ୟାଳୟ ପାଇଁ ଲକ୍ଷ ଲକ୍ଷ ଡଲାରର ଭଡ଼ା ଦେଇପାରି ନାହିଁ। ଅବୈତନିକ ସେବା ଉପରେ କିଛି କଣ୍ଟ୍ରାକ୍ଟର ଟ୍ୱିଟର ବିରୋଧରେ ମକଦ୍ଦମା ମଧ୍ୟକ ଦାୟର କରିଛନ୍ତି। ସ୍ଥିତି ଏମିତି ହୋଇଛି ଯେ କାର୍ଯ୍ୟାଳୟରେ ଥିବା ଟ୍ୱଟର ଲୋକ ମୂର୍ତ୍ତୀ ଠାରୁ ଆରମ୍ଭ କରି ଏସ୍‌ପ୍ରେସ ମେସିନ୍ ପର୍ଯ୍ୟନ୍ତ ସବୁ ନିଲାମ କରାଯାଇ ସାରିଛି।

Leave A Reply

Your email address will not be published.