Latest Odisha News

ରୁଷରେ ଆଉ ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ କମିବାରେ ନାମ ଧରୁନି । ଆଜି ରକ୍ଷା ଅଧିକାରୀ ମାରିନା ୟାଙ୍କିନାଙ୍କ ଜମଶୀନ ଷ୍ଟ୍ରିଟର ପ୍ରବେଶ ଦ୍ୱାର ନିକଟରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ୟାଙ୍କିନା ୧୬୦ ଫୁଟ ତଳକୁ ଖସି ପଡିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ରୁଷ ସୈନ୍ୟ ଆକ୍ରମଣରେ ହେଉଥିବା ଖର୍ଚ୍ଚର ତଦାରଖ କରୁଥିଲେ । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ୟାଙ୍କିନା ତାଙ୍କ ପୂର୍ବତନ ପତିଙ୍କ ସହ କଥା ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପୂର୍ବରୁ ମେଜର ଜେନେରାଲ ଭ୍ଲାଡିମିର ମକାରୋଭଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିଲା ।

ତାଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ କିଛି ଦିନ ତଳେ ପଦରୁ ବହିଷ୍କାର କରାଯାଇଥିଲା । ଜଣଙ୍କ ପରେ ଜଣେ ରୁଷ ଅଧିକାରୀଙ୍କ ମୃତ୍ୟୁ ନେଇ ପୂର୍ବରୁ ୟୁରୋପୀୟ ଦେଶଗୁଡିକ ପକ୍ଷରୁ ସନ୍ଦେହ ବ୍ୟକ୍ତ କରାଯାଉଥିଲା । ଏବେ ଧିରେ ଧିରେ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ଡେଲି ମେଲରେ ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.