Latest Odisha News

ଜଟଣୀରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ଵର: ସାଧାରଣ ନିର୍ବାଚନ ପାଇଁ ଚାରିଆଡ଼େ ନିର୍ବାଚନୀ ଉଷ୍ମତା ଲାଗିରହିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାରକୁ ଜୋରଦାର କରୁଛନ୍ତି। ଏହାରିଭିତରେ ଭୁବନେଶ୍ଵର ସାଂସଦ ପାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ପାଇଁ ପ୍ରଚାର କରିବାକୁ ଜଟଣୀରେ ପହଞ୍ଚିଛନ୍ତି ଭିକେ ପାଣ୍ଡିଆନ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଜନତାଙ୍କୁ ଅପିଲ କରିଛନ୍ତି ପାଣ୍ଡିଆନ । ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବାକୁ ଅନୁରୋଧ କରିଛନ୍ତି ପାଣ୍ଡିଆନ ।

ସାଧାରଣ ସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ, ଜଟଣୀବାସୀଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସମସ୍ୟା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସମାଧାନ କରିବେ । ବିଜୁ ଜନତା ଦଳର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ସେ ଆପଣଙ୍କ ସୁଖଦୁଃଖରେ ରହିବେ । ଜୁନ ୯ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ସେହିଭଳି ବିରୋଧିଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ନିର୍ବାଚନ ସମୟରେ ବିରୋଧୀମାନେ ଟୁରିଷ୍ଟ ଭଳି ଆସୁଛନ୍ତି, ମିଛ କଥା ଓ ମିଠା କଥା କହୁଛନ୍ତି, ନିର୍ବାଚନ ସରିବା ପରେ ଏମାନଙ୍କୁ ଖୋଜିଲେ ମିଳିବେ ନାହିଁ । ଏବେକାର ସାଂସଦ ମଧ୍ୟ ସେହି ଗୋଷ୍ଠୀର, ସେ କେବେ ଆପଣଙ୍କ ପାଖକୁ ଆସିଛନ୍ତି କି? ଆପଣଙ୍କ ସମସ୍ୟା ବୁଝିଛନ୍ତି କି ବୋଲି ପ୍ରସ୍ଵ କରିଛନ୍ତି ପାଣ୍ଡିଆନ ।

Leave A Reply

Your email address will not be published.