Latest Odisha News

BREAKING NEWS

ପୁଣି ଥରେ ଏକାଠି ଫିଲ୍ମ କରିବେ କି ମଲ୍ଲିକା ଓ ଇମ୍ରାନ, ଦୀର୍ଘ ୨୦ ବର୍ଷ ପରେ ଏକାଠି ଆସିଲେ ନଜର

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ଏକାଠି ନଜର ଆସିଛନ୍ତି ଅଭିନେତ୍ରୀ ମଲ୍ଲିକା ଶେରାୱତ ଓ ଅଭିନେତା ଇମ୍ରାନ ହାଶମି । ଡବଲ୍ ଧମାଲ, ୱେଲକମ୍, ହିସ୍ ଏବଂ ଡର୍ଟୀ ପଲିଟିକ୍ସ ଭଳି ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ମଲ୍ଲିକା ଶେରାୱତ ବହୁ ବର୍ଷ ଧରି ଚଳଚ୍ଚିତ୍ର ଜଗତରୁ ନିଜକୁ ଦୁରେଇ ରଖିଛନ୍ତି । କିନ୍ତୁ ସେ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାଆନ୍ତି । ନିକଟରେ ତାଙ୍କୁ ଫିଲ୍ମ ନିର୍ମାତା ଆନନ୍ଦ ପଣ୍ଡିତଙ୍କ ଝିଅର ବିବାହ ରିସେପ୍ସନରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ସେ ତାଙ୍କ ସୁପରହିଟ୍ ଫିଲ୍ମ ମର୍ଡରର ଷ୍ଟାର ଇମ୍ରାନ ହାଶମିଙ୍କ ସହ ଫଟୋ ଉଠାଉଥିବା ନଜର ଆସିଥିଲେ ​​। ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ମଧ୍ୟ ବେଶ୍ ଖୁସି ହୋଇଯାଇଥିଲେ । କେହି କେହି ପୁଣି ଥରେ ଏହି ଦୁଇ ଜଣଙ୍କୁ ଏକାଠି ଫିଲ୍ମ କରିବା ଉଚିତ ବୋଲି ମଧ୍ୟ କହିଥିଲେ ।

ଏହି ଦୁହିଁଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଇମ୍ରାନ୍ ହାଶମୀଙ୍କୁ ଏକ କଳା ରଙ୍ଗର ସୁଟ୍, ଧଲା ସାର୍ଟ ଏବଂ ବୁଟରେ ଦେଖିବାକୁ ମିଳିଥିବା ବେଳେ ମଲ୍ଲିକା ଶେରାୱତଙ୍କୁ ଏକ ସୁନ୍ଦର ଗୋଲାପୀ ରଙ୍ଗର ଗାଉନରେ ଦେଖିବାକୁ ମିଳିଥିଲା । ଉଭୟେ ଏକା ସାଙ୍ଗରେ ଫଟୋ ଉଠାଇବା ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖି ପ୍ରଶଂସକମାନେ ନିଜ ନିଜର ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଜଣେ ଉପଭୋକ୍ତା ଦୁହେଁ ନିଜକୁ ମେଣ୍ଟେନ କରି ରଖିଛନ୍ତି ଲେଖିଥିବାବେଳେ ଅନ୍ୟ ଜଣେ ଉପଭୋକ୍ତା ଅତୀତର ମୁହୂର୍ତ୍ତ ଲେଖିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ୟ ଯେ, ୨୦୦୪ ମସିହାର ଚଳଚ୍ଚିତ୍ର ମର୍ଡର ୨ ରେ ମଲ୍ଲିକା ଶେରାୱତ ଏବଂ ଇମ୍ରାନ ହାଶମି ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ । ଫିଲ୍ମର ଭିଗେ ହୋଠ ତେରେ, ବାରିଶ କି ବୋ ବୁନ୍ଦେ ଭଳି ଗୀତଗୁଡ଼ିକ ବେଶ୍ ଲୋକପ୍ରିୟ ହୋଇଥିଲା । ଫିଲ୍ମର ବଜେଟ୍ ୫ କୋଟି ଟଙ୍କା ଥିବା ବେଳେ ଫିଲ୍ମଟି ପ୍ରାୟ ୨୫ କୋଟି ଟଙ୍କା ରୋଜଗାର କରିଥିଲା ​। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ମଧ୍ୟ ସଫଳ ପ୍ରମାଣିତ ହୋଇଥିଲା । ତେବେ ନିକଟରେ ଇମ୍ରାନ୍ ହାଶମିଙ୍କୁ ଟାଇଗର ୩ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.