Latest Odisha News

BREAKING NEWS

ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣି ଜଣେ ଆତଙ୍କବାଦୀ ନିହତ । ଗତକାଲି ବିଳମ୍ବିତ ରାତିରେ ପୁଲୱାମା ଜିଲ୍ଲାର ଆରିହାଲରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନାକୁ ଆଧାର କରି ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୋଲିସ ର ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା । ଆରିହାଲ ଅଞ୍ଚଳର ନ୍ୟୁ କଲୋନୀରେ ଥିବା ଏକ ବଗିଚାରେ ସୁରକ୍ଷା ବାହିନୀ ଆତଙ୍କବାଦୀ ବିରୋଧୀ ଅପରେସନ ଆରମ୍ଭ କରିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ।

ଆତଙ୍କବାଦୀଙ୍କ ଗୁଳି ବିନିମୟରେ ସୁରକ୍ଷା ବାହିନୀ ମଧ୍ୟ ମୁଁ ତୋଡ ଜବାବ ଦେଇଥିଲା । ଦୀର୍ଘ ଦୁଇ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ଏହି ଗୁଳି ବିନିମୟ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଏହା ସହିତ ସେନା ଆତଙ୍କବାଦୀଙ୍କ ଅସ୍ତ୍ରଶସ୍ତ୍ର ଏବଂ ଆଡ୍ଡାସ୍ଥଳୀ ମଧ୍ୟ ନଷ୍ଟ କରିଦେଇଛି ।

ଅଧିକାରୀଙ୍କ ସୂଚନା ମୁତାବକ, ତେବେ ନିହତ ଆତଙ୍କବାଦୀ ଜଣଙ୍କର ପରିଚୟ ଏବଂ ସେ କେଉଁ ଗ୍ରୁପର ବୋଲି ଜଣା ପଡିନାହିଁ । ଏହି ଏନକାଉଣ୍ଟରରେ କୌଣସି ସୁରକ୍ଷାବଳ ଆହତ ହୋଇଥିବା ଏଯାବତ୍ ଜଣା ପଡିନାହିଁ । ବର୍ତ୍ତମାନ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହାପୂର୍ବରୁ ନଭେମ୍ବର ୨୨ ରେ ଜମ୍ମୁ କଶ୍ମୀରର ରଜୌରୀ ରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ସେନା ଅଧିକାରୀ ଏବଂ ଜଣେ ଯବାନ ସହିଦ ହୋଇଥିଲେ ।

Leave A Reply

Your email address will not be published.