Latest Odisha News

BREAKING NEWS

ତାଳଚେରରେ ପୁଣି ହାତୀ ଉପଦ୍ରବ, ଉଜାଡ଼ିଦେଲେ ସୁନାର ଫସଲ

ଅନୁଗୁଳ: ଦିନକୁ ଦିନ ବଢୁଛି ହାତୀଙ୍କ ଉପଦ୍ରବ। ଖାଦ୍ୟ ଅନ୍ୱେଶଣରେ ଆସି ଧନ ଜୀବନ ନଷ୍ଟ କରୁଛନ୍ତି ହାତୀ। ଗତ ଦୁଇ ବର୍ଷ ହେବ ହାତୀ ଚିନ୍ତାରେ ଭୟଭିତ ହୋଇ ରହୁଛନ୍ତି ଅଞ୍ଚଳବାସୀ। ଚାଷୀ ଋଣ କରି ଚାଷ କରୁଥିବା ବେଳେ ହାତୀପଲ ଆସି ଏକର ଏକର ଚାଷ ଜମିକୁ ନଷ୍ଟ କରୁଛନ୍ତି ଓ ଯାହା ଫଳରେ ଚାଷୀଙ୍କ ମୁଣ୍ଡରେ ଋଣର ଭାର ବଢିଯାଉଛି। ଫଳରେ ଫସଲରୁ ବାହାରୁଥିବା ଲାଭରୁ ଘର ଚଳାଇବା ସହ ନିଜର କରଜ ମଧ୍ୟ ସୁଜିଥାନ୍ତି ଚାଷୀ। କିନ୍ତୁ ଏବେ ତାଳଚେର ବ୍ଲକ କଙ୍କିଳୀ ପଞ୍ଚାୟତରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ୨୩ଟି ହାତୀ ଆସି ନଷ୍ଟ କରିଦେଇଛନ୍ତି ଫସଲ।

ଗୋଟେପଟେ ବାତ୍ୟାର ପ୍ରଭାବ ଏବଂ ଅନ୍ୟପଟେ ହାତୀ ଆତଙ୍କ। ଯାହାକୁ ନେଇ ଚିନ୍ତାରେ ଚାଷୀ। ବାତ୍ୟାର ପ୍ରଭାବରେ ଏକର ଏକର ଚାଷ ଜମି ନଷ୍ଟ ହେବା ସହ ପାଣିରେ ଭାସୁଥିବାର ଦେଖିବାକୁ ମିଳୁଛି। ଅନ୍ୟପଟେ କଙ୍କିଳୀ ପଞ୍ଚାୟତରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଏଠାରେ ହାତୀପଲ ଆସି ବଳକା ଥିବା ଫସଲ ମଧ୍ୟ ନଷ୍ଟ କରିଦେଇଛନ୍ତି। ଏନେଇ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା କହିଛନ୍ତି ଚାଷୀ। ଆଉ କିଛିଦିନ ପରେ ସୁନାର ଫସଲ ଧାନ ଅମଳ ହୋଇଥାନ୍ତା, କିନ୍ତୁ ଅମଳ ସମୟରେ ଏହି ବାତ୍ୟା ଚାଷୀଙ୍କ ପାଇଁ ସମସ୍ୟା ଉପୁଜିଛି ବୋଲି କହିଛନ୍ତି ଚାଷୀ।

Leave A Reply

Your email address will not be published.