Latest Odisha News

BREAKING NEWS

ଭାରତର ଇନିଂସ ପରାଜୟ

ଲିଡ୍ସ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏକ ଇନିଂସ ଓ ୭୬ ରନରେ ଭାରତକୁ ଶୋଚନୀୟ ଭାବେ ପରାଜିତ କରିଛି । ଚଳିତ ବର୍ଷ ଭାରତର ଏହା ସବୁଠାରୁ ଖରାପ ପ୍ରଦର୍ଶନ । ଇଂଲଣ୍ଡ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ ଭାରତର ୭୮ ରନ ଜବାବରେ ଘରୋଇ ଦଳ ୪୩୨ ରନ ସଂଗ୍ରହ କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୪ର୍ଥ ଦିବସରେ ଏହାକୁ ବଜାୟ ରଖିବାରେ ବିଫଳ ହୋଇଥିଲେ । ସମ୍ପୂର୍ଣ୍ଣ ଦଳ ୨୭୮ ରନରେ ଅଲଆଉଟ ହୋଇ ଯାଇଥିଲେ ।

BjdElectrycity

ଚେତେଶ୍ୱର ପୂଜାରା (୯୧) ଓ ଅଧିନାୟକ ବିରାଟ କୋହଲି (୫୫) ଆଉଟ ହେବା ପରେ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଇଂଲଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ଓଲି ରବିନସନ ସର୍ବାଧିକ ୫ଟି ଏବଂ କ୍ରେଗ ଓଭର୍ଟନ ୩ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.