Latest Odisha News

BREAKING NEWS

ଢେଙ୍କାନାଳ ସଦାଶିବପୁରରେ ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ର ଭୂମି ପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସଦାଶିବପୁରରେ ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ର ଭୂମି ପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’କୁ ରେଳପଥ ମାଧ୍ୟମରେ ପେଟ୍ରୋଲିୟମ ସାମଗ୍ରୀ ଯୋଗାଇବାକୁ ଯୋଗାଇବାକୁ ଯୋଜନା ରହିଛି । ଏହି ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ରେ ନିର୍ମାଣ ହେବାକୁ ଥିବା ତୈଳ ଟର୍ମିନାଲ ଆଗାମୀ ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ଜିଲ୍ଲାରେ ବଢୁଥିବା ଶିଳ୍ପାୟନରେ ବଡ଼ ଭୂମିକା ଗ୍ରହଣ କରିବ । ଏହାସହ ଅବିଭକ୍ତ ଢେଙ୍କାନାଳ, ଜିଲ୍ଲା ସମେତ, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଓ ପଶ୍ଚିମ ଓଡ଼ିଶାରେ ପେଟ୍ରୋଲିୟମ ସାମଗ୍ରୀ ଚାହିଦାକୁ ପୂରଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଶିଳ୍ପ କମ୍ପାନୀ ଦ୍ବାରା ପରିବହନ ହେଉଥିବା ଟ୍ରକ ଗୁଡିକ ବିଭିନ୍ନ ଷ୍ଟେସନରୁ ପେଟ୍ରୋଲିୟମ ଜାତ ସାମଗ୍ରୀ ଓ ଇଥାନଲ, ଏଲଏନଜି ନେବାରେ ସହଜ ହେବ । ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ଶିଳ୍ପାୟନର ସାମଗ୍ରିମ ବିକାଶରେ ବଡ଼ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ କଳ୍ପନାରେ ବିପିସିଏଲ ନେତୃତ୍ବରେ ହେବାକୁ ଥିବା ଏହି ୩୯୫ କୋଟି ଟଙ୍କାର ପ୍ରକଳ୍ପ ୩ଟି ତୈଳ ବିପଣନ କମ୍ପାନୀ ଯଥା – ଇଣ୍ଡିଆନ୍ ଅଏଲ, ବିପିସିଏଲ ଓ ଏଚପିସିଏଲ ବ୍ୟବହାର କରିବେ । ଏଠାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ୪୨ ହଜାର କଲୋ ଲିଟର କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସ୍ବୟଂ ଚାଳିତ ଷ୍ଟୋରେଜ୍ ଡିପୋ ବା ତୈଳ ଟର୍ମିନାଲ କରାଯିବ । ୫୦ ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଏହି ତୈଳ ଡିପୋରେ ପେଟ୍ରୋଲ, ଡିଜେଲ, ଇଥାନଲ ଏବଂ ବାୟୋ ଡିଜେଲ ସଂରକ୍ଷିତ ରଖିବା ସହ ଆଖପାଖା ଜିଲ୍ଲାରେ ଯୋଗାଣ କରାଯିବ ।

ବିପିସିଏଲ ଦ୍ବାରା ୧୬୦୦ କୋଟଇ ଟଙ୍କା ବ୍ୟୟରେ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଭାରତର ପ୍ରଥମ ୨ଜି ଇଥାନଲ ବାୟୋ ରିଫାଇନାରୀ ପ୍ଲାଣ୍ଟ ନିର୍ମାଣ କରାଯାଉଛି । ଏଠାରେ ଦୈନିକ ୪୦୦ ମେଟ୍ରିକ୍ ଟନ୍ ଜୈବିକ ବସ୍ତୁରୁ ଦୈନିକ ୨୦୦ କିଲୋ ଲିଟର ଇଥାନଲ ଉତ୍ପାଦନ କରାଯିବ । ଏହା ୨୦୧୩ ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.