Latest Odisha News

BREAKING NEWS

ଲକ୍ଷଣ ବଦଳାଉଛି କରୋନା, ଜନସାଧାରଣ ସଚେତନ ହେବା ଆବଶ୍ୟକ

ଭୁବନେଶ୍ୱର: ବର୍ତ୍ତମାନ ଲକ୍ଷଣ ବଦଳାଉଛି କରୋନା । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ସାମାନ୍ୟ ଥଣ୍ଡା, ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ଶୀଘ୍ର ଟେଷ୍ଟ କରିବାର ଆବଶ୍ୟକତା ରହିଛି ।

BjdElectrycity

ସୁନ୍ଦରଗଡ଼ ଓ ବୁର୍ଲାରେ ସଂକ୍ରମଣକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ସଂକ୍ରମଣ ହେଉଛି । ଉଭୟ ସ୍ଥାନରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି । ବାହାର ପିଲା ଭିତରକୁ ଆସିପାରିବେନି କିମ୍ବାର ଭିତର ପିଲା ବାହାରକୁ ଆସିପାରିବେ ନାହିଁ । ଚିହ୍ନଟ ବ୍ୟକ୍ତିଙ୍କଠାରେ ସିଭିଅରିଟି କମ୍ ରହିଛି । ଏଥିପାଇଁ ଆତଙ୍କିତ ହେବାର କିଛି କାରଣ ନାହିଁ ।

ହଷ୍ଟେଲରେ ସ୍ୱତନ୍ତ୍ରଭାବେ ସର୍ଭିଲାନ୍ସ କରାଯାଇଛି ।୪ରୁ ୫ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିବ । ବର୍ତ୍ତମାନ ବାହାରେ କୋଭିଡ଼ କଟକଣା ମାନୁନାହାନ୍ତି ଲୋକ । ଏହା ଆଗାମୀ ଦିନରେ ବିପଦ ସୃଷ୍ଟି କରିପାରେ । ଏଥିପାଇଁ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.