Latest Odisha News

BREAKING NEWS

ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ! ଗଡ଼ୁଛି ସମୟ ସରିନି କାମ

ପୁରୀ: ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ପ୍ରଶ୍ନ ! ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ! ଭକ୍ତଙ୍କ ପାଇଁ ବାଧକ ସାଜିଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ। ଦିନ ପରେ ଦିନ ଗଡୁଛି ହେଲେ ଶେଷ ହେଉ ନାହିଁ କାର୍ଯ୍ୟ, କି ସୁବିଧା ପାଉ ନାହାଁନ୍ତି ଭକ୍ତ। ଦୈନିକ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତମାନେ ଲମ୍ବା ଲାଇନରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ଜଗା ଦର୍ଶନ କରୁଛନ୍ତି। ତେଣୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି କରି ପୂର୍ବରୁ ଜଗନ୍ନାଥ ସେନା ଓଡିଶା ବନ୍ଦ ଡାକରା ଦେଇଥିଲା। ହେଲେ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବାରୁ ଭକ୍ତଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରୁ ଓହରିଥିଲା ଜଗନ୍ନାଥ ସେନା। ଆଜି ପୁର୍ନବାର ଜଗନ୍ନାଥ ସେନା ଓ ଆଇନଜୀବୀ ସଂଘର ଏକ କମିଟି ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବା ପରେ ଆସନ୍ତା 3 ମାସ ମଧ୍ୟରେ କାର୍ଯ୍ୟ ଶେଷ କରି ଭକ୍ତଙ୍କୁ ଚାରିଦ୍ୱାର ଦେଇ ପ୍ରବେଶ କରାଇବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ନଚେତ୍ ତିନିମାସ ପରେ ଓଡିଶା ବନ୍ଦ କରିବାକୁ ସେନା ଚରମବାଣୀ ଶୁଣାଇଛି।

ସେପଟେ ଆଜିଠାରୁ ବିଦ୍ଧିବଦ୍ଧ ଭାବେ କାର୍ତ୍ତିକ ମାସ ପାଇଁ ପୁରୀରେ ହବିଷ୍ୟାଳି ଯୋଜନାରେ ପଞ୍ଜିକରଣ ଆରମ୍ଭ ହୋଇଛି। କିନ୍ତୁ ପଞ୍ଜିକରଣ ବ୍ୟବସ୍ଥାରେ ମଧ୍ୟ ଦେଖାଦେଇଛି ଦ୍ୱନ୍ଦ। ପ୍ରଶାସନ ତରଫରୁ ଆଜିଠାରୁ ଆଗ୍ରହୀ ବ୍ରତଧାରୀ ମାନେ ନିଜନିଜର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ କିମ୍ବା ଅନଲାଇନ ଜରିଆରେ edistrict.odisha.gov.in ରେ ନାମ ପଞ୍ଜିକରଣ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଫଲାଇନ ଜରିଆରେ ମଧ୍ୟ ସିଧାସଳଖ ଫର୍ମ ଆବେଦନ କରିପାରିବେ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। କିନ୍ତୁ ଆଜି ପ୍ରଥମ ଦିନରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଫର୍ମ ଅଭାବରୁ ଆସନ୍ତା ୫ତାରିଖରେ ଅଫଲାଇନ ଯୋଗେ ପଞ୍ଜିକରଣ କରିବାକୁ ପ୍ରଶାସନ ପକ୍ଷରୁ ଶେଷ ମୁହୂର୍ତ୍ତରେ ସୂଚନା ଦିଆଯାଇଛି। ଏନେଇ ପୁରୀକୁ ଆସିଥିବା ହବିଷ୍ୟାଳି ମାଆ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ହବିଷ୍ୟାଳି ମାଆମାନଙ୍କ ପାଇଁ ଅନଲାଇନ ଓ ଅଫଲାଇନ ଯୋଗେ ପଞ୍ଜିକରଣର ବ୍ୟବସ୍ଥା ରହିଛି। କିନ୍ତୁ ପ୍ରଥମ ଦିନରେ କେତେକ ବୃଦ୍ଧା ଏହି ସୁବିଧାରୁ ବଞ୍ଚିତ ହୋଇଥିବାକୁ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଖୁବଶୀଘ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଭକ୍ତଙ୍କ ସମେତ ବ୍ରତଧାରୀମାନେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.