Latest Odisha News

BREAKING NEWS

ଜଣେ ବ୍ୟକ୍ତିଙ୍କୁ ଛାଡି ଏହି ଗାଁର ସମସ୍ତେ କରୋନା ପଜିଟିଭ ଚିହ୍ନଟ

ମନାଲି: ହିମାଚଳ ପ୍ରଦେଶର ଲାହାଉଲ୍ ଭ୍ୟାଲିରେ ଥିବା ଥୋରାଙ୍ଗ ଭିଲେଜର ଜଣେ ବ୍ୟକ୍ତିଙ୍କୁ ଛାଡି ସମସ୍ତ ଗ୍ରାମବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଭଳି ସ୍ଥଳେ ଉକ୍ତ ଗ୍ରାମର ୫୨ ବର୍ଷୀୟ ଭୂଷଣ ଠାକୁର କରୋନା ସଂକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରିକି ଜନସଂଖ୍ୟା ଦୃଷ୍ଟିକୋଣରୁ ଲାହାଉଲ୍ ସ୍ପିଟି ଭ୍ୟାଲିରେ କରୋନା ସଂକ୍ରମଣ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

ଏବେ ଏହି ସ୍ଥଳକୁ ପର୍ଯ୍ୟଟକ ମାନଙ୍କ ପ୍ରବେଶ ନଇ କଟକଣା ଜାରି କରାଯାଇଥିବା ବେଳ‌େ ଗ୍ରାମକୁ ଲାଗି ଥିବା ଟନେଲ କଣ୍ଟେନମେଣ୍ଟ ଜୋନ୍ ପାଲଟିଛି।

ସଂକ୍ରମଣକୁ ଦୃଷ୍ଟିରେ ରଖି ରୋହତଙ୍ଗ ଟନେଲର ନର୍ଥ ପୋଟାର୍ଲ ନିକଟ ତେଲିଙ୍ଗ ନୁଲ୍ଲା ଅଞ୍ଚଳକୁ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ସୂଚନା ଅନୁଯାୟୀ ମନାଲୀ ଲେହ ଜାତୀୟ ରାଜପଥ ସ୍ଥିତ ଥୋରାଙ୍ଗ ଗ୍ରାମରେ ୪୨ ଜଣ ବସବାସ କରୁଥିବା ବେଳେ ଶୀତ ଦିନ ଆସିଲ‌େ ପ୍ରାୟ ସମସ୍ତ ଜନସାଧାରଣ କୁଲୁ ସ୍ଥାନାନ୍ତରିତ ହୋଇଥାନ୍ତି। କୁଲୁ ଯିବା ପୂର୍ବରୁ ଗ୍ରାମବାସୀ ମାନେ ସ୍ବେଚ୍ଛାକୃତ ଭାବେ ନିଜ ନିଜର କୋଭିଡ ଟେଷ୍ଟ କରାଇଥିବା ବ‌େଳେ ସେମାନଙ୍କ ମଧ୍ୟରୁ ୪୧ ଜଣଙ୍କର ‌ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡିଛି।

Leave A Reply

Your email address will not be published.