Latest Odisha News

BREAKING NEWS

ଠକେଇ ମାମଲାରେ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଇଓଡବ୍ଲ୍ୟୁ

ଭୁବନେଶ୍ବର : ଠକେଇ ମାମଲାରେ ୩ ଫେରାର ଅଭିଯୁକ୍ତଙ୍କର ଜାରି ହେଲା ଫଟୋ । ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ଇଓଡବ୍ଲ୍ୟୁ । ଏହାସହ ଠକେଇ ମାମଲାରେ ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଅଛନ୍ତି ଆଦିତ୍ୟ ଦାଶ ଓ ତ୍ରିବେଣୀ କୁମାର ମହାନ୍ତି ।

ସିଷ୍ଟମେଟିକ୍ସ ଫାଇନାନସିଆଲ ସର୍ଭିସ ଚିଟଫଣ୍ଡ ମାମଲାରେ ଇଓଡବ୍ଲ୍ୟୁର ୱାଣ୍ଟେଡ୍‌ ତାଲିକାରେ ଥିବା କମ୍ପାନୀ ନିର୍ଦ୍ଦେଶକ ଆଦିତ୍ୟ ଦାଶଙ୍କ ସମ୍ପର୍କରେ ସୂଚନା ଦେବାକୁ ଫଟୋ ଜାରି ହୋଇଛି । ଆଦିତ୍ୟ ଦାଶ ଗତ ୨୦୧୩ରୁ ଫେରାର ଅଛନ୍ତି । ତାଙ୍କ ନାଁରେ ଇଓଡବ୍ଲ୍ୟୁରେ ୨୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ସେହିପରି ଷ୍ଟାର୍‌ କନସଲଟାନ୍ସି ସର୍ଭିସ ଚିଟଫଣ୍ଡ ମାମଲାରେ ୱାଣ୍ଟେଡ ତାଲିକାରେ ଥିବା ତ୍ରିବେଣୀ କୁମାର ମହାନ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ଫଟୋ ଜାରି ହୋଇଛି । ଭଦ୍ରକ ସାନଲପୁରର ତ୍ରିବେଣୀ ଗତ ୨୦୧୨ରୁ ଫରାର ଅଛନ୍ତି । ତାଙ୍କ ନାଁରେ ଇଓଡବ୍ଲ୍ୟୁରେ ୧୩ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ।

ଖାଲି ସେତିକି ନୁହେଁ, ଜ୍ୟୋତି ଟ୍ରେଡିଂ ଠକେଇ ମାମଲାରେ ୱାଣ୍ଟେଡ ଥିବା ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲୁ । ଗୋଲଡେନ ବାବା ନାଁରେ ୪ କୋଟି ଟଙ୍କାର ଠକେଇ ଅଭିଯୋଗ ଅଛି । ସେମାନଙ୍କ ବିଷୟରେ ସୂଚନା ଦେବାକୁ ଫଟୋ ଜାରି ହୋଇଥିବା ବେଳେ, ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ।

Leave A Reply

Your email address will not be published.