Latest Odisha News

BREAKING NEWS

[ଭିଡ଼ିଓ] ହଣ୍ଟେଡ୍ ଷ୍ଟେସନ, ସନ୍ଧ୍ୟା ହେଲେ ଜନ ଶୂନ୍ୟ

ପୁରୁଲିଆ: ଆମ ଚାରିପଟେ ଅନେକ ରହସ୍ୟମୟ ଘଟଣା ମାନ ଘଟୁଛି । କିଛି ଆମ ଜାଣତରେ ଆଉ କିଛି ଆମ ଅଜାଣତରେ ଘଟି ଚାଲିଛି । ମଣିଷର ଉପସ୍ଥିତି ସାଙ୍ଗକୁ କିଛି ଅଦୃଶ୍ୟ ଶକ୍ତିର ଉପସ୍ଥିତି ବି କିଛିକାଂଶରେ ଅସ୍ତିତ୍ୱ ଜାହିର କରେ।

ତେବେ ମଣିଷ ମାନଙ୍କ ବ୍ୟତୀତ କିଛି ଭୂତ ପ୍ରେତ ନାଁରେ ମଧ୍ୟ ଭୟ ସଂଚାରି ହୁଏ । ବାସ୍ତବ ତ ଦୁର କଥା କିଛି ନା କିଛି ଘଟଣା ନେଇ ଲୋକଙ୍କ ମନରେ ଏହି କଥା ଯେମିତି ରହିଯାଇଛି । କିଛି ପୁରୁଣା କିଲ୍ଲାରୁ ନେଇ ଷ୍ଟେସନ ଯାଏ କିଛି ନା କିଛି ଘଟଣା ଘଟୁଛି । ଯାହାର ସତ୍ୟତା କଣ ଯାହା ଏବେ ଯାଏ କାହାକୁ ଜଣା ନାହିଁ।

ପଶ୍ଚିମବଙ୍ଗ ପୁରୁଲିଆରେ ରହିଛି ବେଗୁନକୋଡର ଷ୍ଟେସନ। ଏହି ଷ୍ଟେସନ ରେଳବାଇର ୧୦ଟି ହଣ୍ଟେଡ ଷ୍ଟେସନ ତାଲିକାରେ ଅନ୍ତର୍ଭୁକ୍ତ। ଷ୍ଟେସନ ମାଷ୍ଟରଙ୍କ କହିବା ଅନୁସାରେଏହି ଷ୍ଟେସନକୁ ୪୫ ବର୍ଷ ହେଲା ବନ୍ଦ କରିଦିଆଯାଇଛି । ଏଠାରେ କୌଣସି ଟ୍ରେନ୍ ରହିବାର କେହି ଜାଣି ନାହାନ୍ତି। ଏହି ଷ୍ଟେସନ ଆସିଲେ ଟ୍ରେନ୍ ସ୍ପିଡ଼ ଜୋରରେ ବଢାଇ ଦିଆଯାଇଥାଏ ।

୨୦୦୯ରେ ପୁଣି ଥରେ ଏହି ଷ୍ଟେସନ ଆରମ୍ଭ କରିବାକୁ ପ୍ରୟାସ କାରାଯାଇଥିଲା। ହେଲେ ସମସ୍ତ ପ୍ରୟାସ କିନ୍ତୁ ଫେଲ୍ ମାରିଥିଲା। ସଂଧ୍ୟା ହୋଇଗଲେ ଏଠାରେ କୌଣସି କର୍ମୀ ତ ଦୂର କଥା କୌଣସି ଲୋକଙ୍କୁ ବି ଆଖପାଖରେ ଦେଖିବାକୁ ମିଳେନି।

ଏହି ହଣ୍ଟେଡ ଷ୍ଟେସନରେ ବାସ୍ତବରେ କଣ ଘଟୁଛି । ସତରେ କଣ ଏଠାରେ କିଛି ଭୂତପ୍ରେତଙ୍କ ବାସ ଅଛି ନା ଆଉ କିଛି ରହିଛି ରହସ୍ୟ । ଏହି ଘଟଣାର ତଦନ୍ତ ପାଇଁ ବହୁ ଲୋକଙ୍କ ପ୍ରୟାସ ଜାରି ରହିଛି। ହେଲେ ଏଯାଏଁ ସଂଧ୍ୟା ପରେ ବି କାହାର ସାହସ ହୋଇନି ବେଗୁନକୋଡର ହଣ୍ଟେଡ ଷ୍ଟେସନରେ ରହିବାକୁ ।

Leave A Reply

Your email address will not be published.