Latest Odisha News

BREAKING NEWS

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ମୃତ୍ୟୁ ଖବର ନେଇ ମୁହଁ ଖୋଲିଲେ ଝିଅ ମଲ୍ଲିକା

ନୂଆଦିଲ୍ଲୀ: ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ମୃତ୍ୟୁ ଖବରକୁ ଗୁଜବ ବୋଲି କହିଛନ୍ତ ତାଙ୍କ ଝିଅ ମଲ୍ଲିକା ଦୁଆ । ମୋ ବାପା ବଂଚିଛନ୍ତି, ତାଙ୍କ ନାମରେ ଏ ଭଳି ମିଛ ଗୁଜବ ନ ଖେଳାଇବା ପାଇଁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ବିନୋଦ ଦୁଆ, ତାଙ୍କ ପତ୍ନୀ ପଦ୍ମାବତୀ ଓ ଝିଅ ମଲ୍ଲିକା କରୋନା ସଂକ୍ରମିତ ହୋଇଥିଲେ । ଏଥିରେ ପଦ୍ମାବତୀଙ୍କ ବିୟୋଗ ହୋଇଥିଲା ।

ଏବେ ବି ବିନୋଦ ଦୁଆଙ୍କ ଅବସ୍ଥା ସଂକଟପନ୍ନ ଏବଂ ସେ ଆଇସିୟୁରେ ରହିଛନ୍ତି । ବିନୋଦ ପାୟୋନିଓର, ଦୂରଦର୍ଶନ ଓ ଏନଡିଟିଭିରେ ନିଜ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିଲେ । ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ପୂର୍ବରୁ ମାରିଦେବା ଆଦୌ ସୁସ୍ଥ ସମାଜରେ ଗ୍ରହଣୀୟ ନୁହେଁ ବୋଲି ମଲ୍ଲିକା କହିଛନ୍ତି ।

Leave A Reply

Your email address will not be published.