Latest Odisha News

BREAKING NEWS

ଆସନ୍ତା ୬ ମାସ ଯାଏଁ ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ଉପରେ ଏସମା ଲାଗୁ, କରିପାରିବେ ନାହିଁ ଆନ୍ଦୋଳନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଲାଗୁ ହୋଇଛି ହେଲା ଓଡ଼ିଶା ଇସେନ୍ସିଆଲ ସର୍ଭିସ ମେଣ୍ଟେନାନ୍ସ ଆକ୍ଟ(ଏସମା)। ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ପ୍ରତି ରବିବାର ପ୍ରକାଶିତ ବିଜ୍ଞପ୍ତିରେ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର। ନିର୍ଦ୍ଦେଶନାମା ଅନୁସାରେ ୬ମାସ ପର୍ଯ୍ଯନ୍ତ ଏହି ଆଦେଶ ବଳବତ୍ତର ରହିବ। ଏସମା ଲାଗୁ ହୋଇଥିବାରୁ ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରି ପାରିବେ ନାହିଁ। ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ସମେତ ଅନ୍ୟ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତି ମଧ୍ୟ ଏସମା ଲାଗୁ ହୋଇଛି।

ସୂଚନାଯୋଗ୍ୟ, ୧୨ ଦଫା ଦାବି ନେଇ ଏପ୍ରିଲ ୧୭ ଅର୍ଥାତ ଆଜି(ସୋମବାର) ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହି ଆନ୍ଦୋଳନରେ ରାଜ୍ୟର ପ୍ରାୟ ୬୫,୦୦୦ ଫାର୍ମାସିଷ୍ଟ ଓ ଫାର୍ମାସିଷ୍ଟ ଛାତ୍ରଛାତ୍ରୀ ମାନେ ଯୋଗ ଦେବାର ଥିଲା। ତେବେ ରାଜ୍ୟ ସରକାର ଓଡ଼ିଶା ଇସେନ୍ସିଆଲ ସର୍ଭିସ ମେଣ୍ଟେନାନ୍ସ ଆକ୍ଟ (ଏସମା) ୧୯୮୮ ଲାଗୁ ଫଳରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ରାଜ୍ୟର କୌଣସି ଫାର୍ମାସିଷ୍ଟ ଆନ୍ଦୋଳନକୁ ଓହ୍ଲାଇ ପାରିବେ ନାହିଁ। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଫାର୍ମାସିଷ୍ଟ ଆନ୍ଦୋଳନ ଫଳରେ ରାଜ୍ୟର ସ୍ବାସ୍ଥ୍ୟ ସେବା ଏକ ପ୍ରକାର ଠପ୍ ହୋଇଯିବାର ଆଶଙ୍କା ଥିଲା। ସେଥିପାଇଁ ସରକାର ଆନ୍ଦୋଳନକୁ ଡରିଯାଇ ରାଜ୍ୟରେ ଏସମା ଲଗାଇଛନ୍ତି। ତେବେ ଫାର୍ମାସିଷ୍ଟମାନଙ୍କ ୧୨ ଦଫା ଦାବି କିଭଳି ପୂରଣ ହେବ ସେନେଇ ଆଲୋଚନା କରିବାକୁ ମହାସଂଘ ସ୍ଥିର କରିଥିବା ଜଣାପଡ଼ିିଛି।

Leave A Reply

Your email address will not be published.