Latest Odisha News

BREAKING NEWS

୫୦ ଦିନରେ ୫ ହତ୍ୟା: ୪୭ ସେକେଣ୍ଡର ବୋମାମାଡ..୧୦ ସେକେଣ୍ଡର ଗୁଳିବର୍ଷା

ପ୍ରୟାଗରାଜ:ତ୍ରିବେଣୀ ସଙ୍ଗମ ପାଇଁ ପରିଚିତ ପ୍ରୟାଗରାଜ ଆଜି ଏକାଧିକ ହତ୍ୟାକାଣ୍ଡର ମୁକସାକ୍ଷୀ ପାଲଟି ଯାଇଛି । ୫୦ ଦିନ ବ୍ୟବଧାନରେ ହୋଇଥିବା ଦୁଇ ଦୁଇଟି ଶୁଟଆଉଟ ଘଟଣାରେ ୫ ଜଣଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡର ଶିକାର ହେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅତିକ ଅହମ୍ମଦ ବି ରହିଛି ।

BjdElectrycity

ଶନିବାର ଦିନ ଅତିକ ଏବଂ ତାଙ୍କ ଭଇ ଅଶରଫଙ୍କୁ ପୋଲିସ କଷ୍ଟଡିରେ ଡାକ୍ତରଖାନାନ ନିଆଯାଉଥିଲାବେଳେ ସାମ୍ବାଦିକ ଭାବେ ଆସି ଦୁର୍ବୃତ୍ତ ତାଙ୍କ ଉପରକୁ  ଆଖିବୁଜା ଗୁଳି ଫୁଟାଇଥିଲେ । ଦିନ ଦୁଇପହରରେ ଏପରି ହତ୍ୟାକାଣ୍ଡର ଦୃଶ୍ୟର ଲାଇଭ ସାରା ଦେଶ ଦେଖିଲା ।ଅତିକ ଏବଂ ଅଶରଫ ଯେତେବେଳେ ମିଡିଆ ସାମ୍ନାରେ ତାଙ୍କର ମୁହଁ ଖୋଲୁଥିଲେ ଠିକ ସେତିକିବେଳେ ତାଙ୍କୁ ଫାୟାରିଂ କରାଗଲା ।୧୦ ସେକେଣ୍ଡରେ ୧୮ ଗୁଳି ବର୍ଷା କରାଯାଇଥିଲା ।

ସମୟ ଥିଏେ ୧୦ଟା ୩୨ । ପ୍ରୟାଗରାଜ ପୋଲିସ କାଲ୍ବିନ ଡାକ୍ତରଖାନାରେ ମେଡିକାଲ ଯାଞ୍ଚ ପାଇଁ ଯାଇଥିଲେ । ଗାଡିର ପ୍ରଥମେ ଅଶରଫ ଓହ୍ଲାଇଥିଲା । ପରେ ଅତିକ ପୁଲିସ କର୍ମୀ ଏବଂ ଅଶରଫ ସହାୟତାରେ ଓହ୍ଲାଇଥିଲା । ଗୋଟିଏ ହାତକଡିରେ ଅତିକ ଏବଂ ଅଶରଫ ବନ୍ଧା ହୋଇଥିଲେ । ଅତିକ ଓ ଅଶରଫ ଆଗକୁ ଯିବାବେଳେ ମିଡିଆ ବିଭିନ୍ନ ପ୍ରଶ୍ନ କରୁଥିଲା । ସେମାନେ କିଛି କହିବା ପୂର୍ବରୁ ଗୁଳି ବର୍ଷା ହୋଇଥିଲା । ୧୦ ସେକେଣ୍ଡରେ ୧୮ ରାଉଣ୍ଡ ଗୁଳି ।

ଅବଶ୍ୟ ଗୁଳି ବର୍ଷା ପରେ ଆତତାୟୀ ପୋଲିସରେ ଆତ୍ମସମର୍ପଣ କରିଥିଲା । ହତ୍ୟକାରୀଙ୍କ ନାଁ ଲବଲେଶ ତିୱାରୀ, ସନୀ ଏବଂ ଅରୁଣ ମାର୍ଥା । ତିନି ଜଣଙ୍କ ବେକରେ ଝୁଲୁଥିଲା ନୀଳ ରଙ୍ଗର ଆଇକାର୍ଡ । ପୋଲିସକୁ ଭୁଆଁ ବୁଲାଇବା ପାଇଁ ସେମାନେ କ୍ୟାମେରା, ମାଇକ ସହ ଆଇଡି ପ୍ରୁଭ ନେଇ ଆସିଥିଲେ ।

ଏହା ପୂର୍ବରୁ ଏମିତି ଆଉ ଏକ ହତ୍ୟାକାଣ୍ଡ ବି ଘଟିଥିଲା ଏହି ପ୍ରୟାଗରାଜରେ । ଫେବୃୟାରୀ ୨୪ରେ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଉମେଶ ପାଲ ଏବଂ ତାଙ୍କର ଦୁଇଜଣ ସରକାରୀ ଗନର୍ସଙ୍କୁ ହତ୍ୟା କରାଗଲା । ଠିକ ଏମିତି । ଅତିକ ଅହମ୍ମଦର ପୁଅ ଅସଦ ସମେତ ୬ ଜଣ ଶୁଟର ୪୭ ସେକେଣ୍ଡରେ ଏହି ଘଟଣା ଘଟାଇ ଫେରାର ହୋଇଗଲେ । ଏହାର ସିସିଟିଭି ଫୁଟେଜ ବି ଥିଲା ଖୁବ ହୃଦୟ ବିଦାରକ ।

ଉମେଶ ପାଲ ନିଜ କ୍ରେଟା ଗାଡିରୁ ଓହ୍ଲାଇବାମାତ୍ରେ ଆତତାୟୀ ବାଇକରେ ଆସି ପହଞ୍ଚିଗଲେ ଏବଂ ଆଖି ବୁଜା ଗୁଳି ମାଡ କରିଚାଲିଲେ । ପ୍ରଥମ ଗୁଳିରେ ଉମେଶ ପାଲ ଟଳିପଡିଲେ । ଏହା ପରେ ଗୁଳିବର୍ଷା ବନ୍ଦ ହୋଇ ନ ଥିଲା । ଏହାପରେ ୨ ଜଣ ଗନରକୁ ମଧ୍ୟ ଗୁଳି କରାଯାଇଥିଲା । ସେ ବି ମାଟି ଉପରେ ଟଳି ପଡିଲେ । ଗୁଳି ବର୍ଷା ସହ ବୋମାମାଡ ମଧ୍ୟ କରିଥିଲେ ।

ଏହି ଘଟଣା ପରେ ଶୁଟର ବିଜୟ ଚୌଧୁରୀକୁ ୟୁପି ପୋଲିସ ମାର୍ଚ୍ଚ ୬ରେ ପ୍ରୟାଗରାଜର କୌନ୍ଧିୟାରାରେ ଏନକାଉଣ୍ଟରରେ ହତ୍ୟା କରିଥିଲେ । ଏହା ପରେ ଏପ୍ରିଲ ୧୩ରେ ଅତିକଙ୍କ ପୁଅ ଅସଦ ଏବଂ ଗୁଲାମଙ୍କୁ ଝାନ୍ସିରେ ଏନକାଉଣ୍ଟରରେ ମାରି ଦିଆଯାଇଥିଲା । ତିନିଜଣ ସୁଟରଙ୍କ ସହ ଜଣେ ସହକାରୀଙ୍କୁ ଏନକାଉଣ୍ଟରରେ ହତ୍ୟା କରାଗଲା ପରେ ବି ଆହୁରି ତିନିଜଣ ସୁଟର ଏବେ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଖୋଜୁଛି ।

Leave A Reply

Your email address will not be published.