Latest Odisha News

ବାଂଲାଦେଶ କୂଳରେ ମାରାତ୍ମକ, ବିଷାକ୍ତ ଜାହଜକୁ ଛାଡି ଦେଉଛି ୟୁରୋପୀୟ କମ୍ପାନୀ

ଢ଼ାକା: ହ୍ୟୁମାନ ରାଇଟ୍ସ ୱାଚ ଗୁରୁବାର ବାଂଲାଦେଶର ସମୂଦ୍ରକୂଳରେ ୟୁରୋପୀୟ କମ୍ପାନୀ ଛାଡି ଦେଉଥିବା ଜାହଜକୁ ନେଇ ଚିନ୍ତା ବ୍ୟକ୍ତ କରିଛି । ଏହି ଜାହଜଗୁଡିକ ମାରାତ୍ମକ ଓ ବିଷାକ୍ତ କହିଲେ ଭୁଲ ହେବନି । ଏହି ଜାହଜ ସଂସ୍ପର୍ଶରେ ଆସିଲେ କ୍ୟାନସର ପରି ମାରାତ୍ମକ ରୋଗ ହେବା ଆଶଙ୍କା ରହିଛି । ଏହାକୁ ଶିପୟାର୍ଡ ପର୍ଯ୍ୟନ୍ତ ନେଉଥିବା କର୍ମଚାରୀମାନେ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ନଷ୍ଟ ହୋଇ ଯାଇଥିବା ଏହି ଜାହଜଗୁଡିକରେ ଅଜବେଷ୍ଟୋ ନାମକ ମାରାତ୍ମକ ତତ୍ୱ ରହୁଛି । ଯାହାକି ଫୁସଫୁସ କ୍ୟାନ୍ସର କରାଇଥାଏ । ବାଂଲାଦେଶର ସୀତାକୁଣ୍ଡ ଅଂଚଳରେ ଏହି ଜାହାଜଗୁଡିକ ଭଙ୍ଗା ଯିବାର କାର୍ଯ୍ୟ କରାଯାଇଥାଏ ।

ଲାଭଖୋର ବ୍ୟବସାୟୀମାନେ ଏଠାରେ ଲୁହାକୁ ତରଳାଇ ଷ୍ଟିଲ କରି ଭଲ ଅର୍ଥ ରୋଜଗାର କରିଥାନ୍ତି । ଶ୍ରମିକମାନେ ମୁହଁରେ କପଡା ବାନ୍ଧି ଏହି ସବୁ କାର୍ଯ୍ୟ କରିଥାନ୍ତି । ୧୧୦ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବାରୁ ଏଥିରୁ ୩୩ଜଣଙ୍କ ଫୁସଫୁସ ଖରାପ ହୋଇ ଯାଇଥିଲା । ଅନେକ ଶ୍ରମିକ ମୃତ୍ୟୁବରଣ କରୁଥିଲେ ମଧ୍ୟ ଏହାର କିଛି ହିସାବ ରହୁ ନାହିଁ ବୋଲି ଏଚଆରଡବ୍ଲ୍ୟୁ କହିଛି ।

Leave A Reply

Your email address will not be published.