Latest Odisha News

BREAKING NEWS

ନବରାତ୍ରି ଉତ୍ସବ ପାଇଁ ଚାଲିବ ଦୁଇଟି ସ୍ପେସାଲ ଟ୍ରେନ୍

ଭୁବନେଶ୍ୱର: ନବରାତ୍ରି ଉତ୍ସବ ପାଇଁ ଯାତ୍ରୀଙ୍କ ଭିଡ଼କୁ ଦେଖି ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ। ଝାରସୁଗୁଡ଼ା-ଖୋର୍ଦ୍ଧାରୋଡ-ଝାରସୁଗୁଡ଼ା ଏବଂ ବାଙ୍ଗିରିପୋଷି-ଖୋର୍ଦ୍ଧାରୋଡ-ବାଙ୍ଗିରିପୋଷି ସ୍ପେସାଲ ଏହି ଦୁଇଟି ଟ୍ରେନ୍‌ ଚଳାଚଳ କରିବ।

ସୂଚନା ଅନୁସାରେ, ଝାରସୁଗୁଡ଼ା-ଖୋର୍ଦ୍ଧାରୋଡ-ଝାରସୁଗୁଡ଼ା ସ୍ପେସାଲ ଟ୍ରେନ୍(୦୮୦୦୧/୦୮୦୦୨) ଆସନ୍ତା ୨୪ ତାରିଖ ଅପରାହ୍ଣ ୫ଟା ୨୦ରେ ଝାରସୁଗୁଡ଼ାରୁ ବାହାରି ପରଦିନ ଭୋର ୫ଟା ୨୦ରେ ଖୋର୍ଦ୍ଧାରୋଡରେ ପହଞ୍ଚିବ। ୨୫ ତାରିଖ ରାତି ୯ଟାରେ ଖୋର୍ଦ୍ଧାରୋଡ ଛାଡ଼ିବ। ଏବଂ ପରଦିନ ୭ଟା ୫୦ରେ ଝାରସୁଗୁଡ଼ାରେ ପହଞ୍ଚିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହି ଯାତ୍ରା ଭିତରେ ଏହି ସ୍ୱତନ୍ତ୍ର ଟ୍ରେନଟି ବାଗଡେହି, ବାମରା, ଗରପୋଷ, ରାଜଗାଙ୍ଗପୁର, ରାଉରକେଲା, ବିସ୍ରା, ମନୋହରପୁର, ଗୋଲକେରା, ଚକ୍ରଧରପୁର, ଚାଇବାସା, ଡଙ୍ଗୋଆପୋସି, କେନ୍ଦୁଝରଗଡ଼, ବାଂଶପାଣି,ହରିଚନ୍ଦନପୁର, ଜଖପୁରା, ସୁକିନ୍ଦା ରୋଡ୍, କଟକ ଓ ଭୁବନେଶ୍ୱର ଷ୍ଟେସନମାନଙ୍କରେ ରହିବ।

ସେହିପରି ବାଙ୍ଗିରିପୋଷି-ଖୋର୍ଦ୍ଧାରୋଡ-ବାଙ୍ଗିରିପୋଷି ସ୍ୱତନ୍ତ୍ର ଟ୍ରେନ (୦୮୦୦୩/୦୮୦୦୪) ୨୪ ତାରିଖ ରାତି ୯ଟା ୩୦ରେ ବାଙ୍ଗିରିପୋଷିରୁ ବାହାରି ପରଦିନ ସକାଳ ୪ଟା ୩୫ରେ ଖୋର୍ଦ୍ଧାରୋଡ୍‌ରେ ପହଞ୍ଚିବ। ଫେରିବା ଦିନ ୨୫ ତାରିଖ ରାତି ୧୨ଟା ୫୦ରେ ବାହାରି ପରଦିନ ସକାଳ ୭ଟା ୪୫ରେ ବାଙ୍ଗିରିପୋଷିରେ ପହଞ୍ଚିବ।

ଏହି ଟ୍ରେନ୍‌ଟି ରାଜଲୁକା, ଭଞ୍ଜପୁର, ବାରିପଦା, ବେତନଟୀ, ରୁପ୍ସା, ବାଲେଶ୍ୱର,ସୋର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍, କଟକ ଓ ଭୁବନେଶ୍ୱର ଷ୍ଟେସନରେ ରହଣି କରିବାର ଯାତ୍ରା ସୂଚି ନିର୍ଦ୍ଧାରିତ ହୋଇଛି।

 

Leave A Reply

Your email address will not be published.