Latest Odisha News

ଭାରତଠାରୁ ପାକିସ୍ତାନ ଭଲ କୋଭିଡ ମୁକାବିଲା କରିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଇଏମଏଫଙ୍କ ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ରସରକାର ଉପରେ ବର୍ଷିଛନ୍ତି ।

ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୧୦.୩ ପ୍ରତିଶତ ତଳକୁ ଖସିବାକୁ ଥିବା ବେଳେ, ଆଇଏମଏଫର ଆକଳନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି- ଏହା ସରକାରଙ୍କ ଅନ୍ୟ ଏକ ‘ଦୃଢ଼ ସଫଳତା’ ।

ବାଂଲାଦେଶ, ମିଆଁମାର, ନେପାଳ, ଚୀନ୍, ଭୁଟାନ, ପାକିସ୍ଥାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ଭାରତ ପାଇଁ ୨୦୨୦-୨୧ ପାଇଁ ଆଇଏମ୍ଏଫ୍ ଅଭିବୃଦ୍ଧି ଆକଳନ କରିଥିବା ଏକ ଚାର୍ଟକୁ ଟ୍ୟାଗ୍ କରି ଶ୍ରୀ ଗାନ୍ଧୀ ଟ୍ୱିଟରରେ ସରକାରଙ୍କୁ କଟାକ୍ଷ କରିଛନ୍ତି ।

ଚାର୍ଟରେ ଦର୍ଶାଯାଇଛି ଯେ ଭାରତୀୟ ଅର୍ଥନୀତି ଚଳିତ ବର୍ଷ ୧୦.୩ ପ୍ରତିଶତ ତଳକୁ ପ୍ରଦର୍ଶନ କରିବ, ଯାହା ଉଲ୍ଲେଖ କରାଯାଇଥିବା ସମସ୍ତ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଖରାପ ସ୍ଥାନରେ ରହିବାକୁ ଥିବା ଆକଳନ କରାଯାଇଛି ।

ସେ ଟ୍ୱିଟ କରି କହିଛନ୍ତି:”Another solid achievement by the BJP government. Even Pakistan and Afghanistan handled Covid better than India,”.

ଚଳିତ ବର୍ଷ ମୁଣ୍ଡପିଛା ଜିଡିପି ଦୃଷ୍ଟିରୁ ବାଂଲାଦେଶର ପ୍ରଦର୍ଶନ ଭାରତଠାରୁ ଭଲ ଥିବା ଦର୍ଶାଇଛି ଆଇଏମ୍ଏଫ୍ । ଏହି ଆକଳନକୁ ପୂର୍ବତନ କଂଗ୍ରେସ ମୁଖ୍ୟ  ବିଜେପିର ୬ବର୍ଷର “ଘୃଣା ପୂର୍ଣ୍ଣ ସାଂସ୍କୃତିକ ରାଷ୍ଟ୍ରବାଦ”ର ପରିଣାମ ବୋଲି କହିଛନ୍ତି ।

Comments are closed.