Latest Odisha News

BREAKING NEWS

ଦେଶର ସବୁ ନାଗରିକଙ୍କୁ ମିଳିବ ନାହିଁ କରୋନା ଟିକା: ସରକାର କହିଲେ ଆବଶ୍ୟକ ପଡ଼ିବନି

ନୂଆଦିଲ୍ଲୀ: କେବେ ଆସିବ କରୋନା ଟିକା ? କାହାକୁ ମିଳିବ ଭ୍ୟାକସିନ୍ ? ଟିକା ଖବରକୁ ନେଇ ସମସ୍ତଙ୍କ ମନରେ ରହିଛି ଉତ୍ସୁକତା । ଆପଣ ଭାବୁଛନ୍ତି କି, ଟିକା ଆସିବା ପରେ ଆପଣଙ୍କୁ ଦିଆଯିବ । ତାହାଲେ ଆପଣ ଭୁଲ ଭାବୁଛନ୍ତି । କାରଣ ଟିକାକୁ ନେଇ ବଡ଼ ଖବର ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି, ସାରା ଦେଶବାସୀଙ୍କୁ କରୋନା ଟିକା ମିଳିବ ନାହିଁ । ଟିକା ଭାରତକୁ ଆସିଲେ ମଧ୍ୟ ସମସ୍ତ ନାଗରିକଙ୍କୁ ପ୍ରଦାନ କରାଯିବ ନାହିଁ । ସରକାର ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସରକାର କେବେବି କହିନାହାନ୍ତି କି ଦେଶର ସବୁ ନାଗରିକଙ୍କୁ କରୋନା ଟିକା ଦିଆଯିବ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି କି, ଟିକା ସେହି ମାନଙ୍କୁ ଦିଆଯିବ ଯାହା ଦ୍ବାରା କରୋନା ସଂକ୍ରମଣର ଚେନ୍ ଭଙ୍ଗାଯାଇପାରିବ । କରୋନା ଚେନ୍ ଭାଙ୍ଗିବା ଆମର ପ୍ରଥମ ଲକ୍ଷ୍ୟ । ଯଦି ଆମେ ସଂକ୍ରମଣ ଆଶଙ୍କା ଥିବା ଲୋକ ବା ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଟିକା ଦେଇପାରିବୁ ଓ ଏହା ଦ୍ବାରା ସଂକ୍ରମଣ ଚେନ୍ ଭାଙ୍ଗିପାରିବୁ ତେବେ ସାରା ଦେଶବାସୀଙ୍କୁ ଟିକା ଦେବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ କୌଣସି ପ୍ରକାର ପ୍ରତିକୂଳ ପରିବେଶରେ ଟିକା ବଜାରକୁ ଆସିବାରେ ପ୍ରତିବନ୍ଧକ ହେବ ନାହିଁ । କରୋନା ଟ୍ରାଏ ଲ ଆରମ୍ଭ କରିବା ବେଳେ ଏଥିରେ ଭାଗ ନେଉଥିବା ଲୋକେ ପ୍ରଥମେ ସହମତି ଫର୍ମରେ ଦସ୍ତଖତ କରିଥାନ୍ତି । ଟ୍ରାଏଲ ବେଳେ କୌଣସି ଅଘଟଣ ଘଟିବାର ଆଶଙ୍କା ଥିଲେ ପ୍ରଥମେ ସ୍ବେଚ୍ଛସେବୀମାନଙ୍କୁ ଅବଗତ କରାଯାଇଥାଏ ।

 

Leave A Reply

Your email address will not be published.