Latest Odisha News

BREAKING NEWS

କରୋନା ସଂକ୍ରମଣରୁ ସୁସ୍ଥ ହେଲେ ୯୭ ବର୍ଷୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି

ଭୁବନେଶ୍ୱର: କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ୯୭ ବର୍ଷୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି।

ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ନଟବର ଦାଶ।

କଟକ ଜିଲ୍ଲା କିଶୋର ନଗର ଅଂଚଳର ନଟବର କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ତାଙ୍କର ଶ୍ୱାସ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ବ୍ୟାଧି ମଧ୍ୟ ରହିଥିଲା ।

କୋଭିଡ ପଜିଟିଭ୍ ହେବା ପରେ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ସମ୍ କୋଭିଡରେ ଭର୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା ।

ଗତ ନଭେମ୍ବର ୧୮ ତାରିଖରେ ସେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ୍‌ରେ ଭର୍ତି ହୋଇଥିବା ବେଳେ ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଘରକୁ ଫେରିବା ସମୟରେ ନଟବର ସମ୍ କୋଭିଡ୍ ଟିମ୍‌କୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ତାଙ୍କ ପୁଅ କିଶୋର ଚନ୍ଦ୍ର ଦାଶ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.