Latest Odisha News

BREAKING NEWS

ବୋମା ବିସ୍ଫୋରଣରେ ବାଇକ ଚାଳକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲିକୋଟ ନିକଟ ନିର୍ମଲଝର ଅଞ୍ଚଳରେ ମଙ୍ଗଳବାର ଦିନ ବିସ୍ଫୋରଣ ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ଗୋଟିଏ ମୋଟର ସାଇକେଲରେ ଦୁଇ ଜଣ ବ୍ୟକ୍ତି ଯାଉଥିବା ବେଳେ ନିର୍ମଳଝର ଛକ ନିକଟରେ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ସେମାନେ ରାସ୍ତାରେ ପଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ତେବେ ଯୁବକମାନେ କେଉଁଠୁ ବିସ୍ଫୋରକ ସାମଗ୍ରୀ ଆଣିଲେ ସେନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି।

Leave A Reply

Your email address will not be published.