Latest Odisha News

BREAKING NEWS

ବିପଦ ସଂକୁଳ ଘୋଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟ, ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ପୁରୀ: ବହୁଦିନର ତର୍ଜମା ପରେ ଶେଷରେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ବିପଦ ସଂକୁଳ ଘୋଷିତ କରାଯାଇଛି । ଏହି ଧାରାରେ ପୁରୁଣା କୋଠାରେ ଥିବା ୨୫ଟି ଦୋକାନ ଘରକୁ ଖାଲି କରାଯାଇଛି । ତେବେ ବିସ୍ଥାପିତଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରାଯାଇନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି ।

୧୦୦ ବର୍ଷରୁ ଅଧିକ ପୁରୁଣା ଶ୍ରୀମନ୍ଦିର ପ୍ରଶାସନିକ କୋଠାକୁ ଭାଙ୍ଗି ନୂତନ କୋଠା ନିର୍ମାଣ କରାଯିବାକୁ ଯୋଜନା ରହିଛି । ଯାହାର ଦାୟିତ୍ୱ ନେଇଛି ଓଡିଶା ସେତୁ ନିର୍ମାଣ ନିଗମ । ଆସନ୍ତା ମାସ ପହିଲାରୁ ନୂତନ କୋଠା ନିର୍ମାଣ କାମ ଆରମ୍ଭ ହେବ । ହେଲେ ତା ପୂର୍ବରୁ ବିସ୍ଥାପିତ ଦୋକାନୀଙ୍କୁ ଥଇଥାନ କରିବାକୁ ଦାବି ହୋଇଛି ।

ପୁରୁଣା କୋଠାରେ ଥିବା ୨୫ଟି ଦୋକାନରୁ ପ୍ରତି ମାସ ଭଡା ବାବଦକୁ ୪ ଲକ୍ଷ ଟଙ୍କା ଆଦାୟ ହେଉଥିଲା । ଦୋକାନ ଘର ଖାଲି ହେବା ଫଳରେ ଶ୍ରୀମନ୍ଦିର ନିଶ୍ଚିତ ଉପାର୍ଜନ ହରାଇଥିଲାବେଳେ ଦୋକାନୀମାନେ ବି ହିନସ୍ତା ହେଇଛନ୍ତି । ତେବେ ଦୋକାନୀଙ୍କୁ ଥଇଥାନ କରିବା ଲାଗି ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଥିୂା ସୂଚନା ରହିଛି ।

Comments are closed.